କବିତା

ଧର୍ଷିତା ଝିଅକୁ ଜବାବ ଦିଅ

Seema Rekha's odia poem Dharshitaa Jhiaku Jabaab Dia

ଝୁଣି ଝୁଣି ସିଏ ମାଂସକୁ ଖାଇଲା
ନିଜକୁ ସଜେଇ ବାଘ
ଜହ୍ନ ନହୋଇ ବି ଯୁଗ ଯୁଗ ପାଇଁ
ମୋ ଦେହେ ଲାଗିଲା ଦାଗ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସମବେଦନାରେ କୋଟିଏ ତୁଣ୍ଡରୁ
ଆହା ପଦ ଆସେ ଛୁଟି
ହେ ପୁରୁଷ ତୁମ ଭିତରୁ କେହି ମୋ
ଇଜ୍ଜତକୁ ନେଲା ଲୁଟି

ଝୁଣି ଝୁଣି ସିଏ ମାଂସକୁ ଖାଇଲା
ନିଜକୁ ସଜେଇ ବାଘ
ଜହ୍ନ ନହୋଇ ବି ଯୁଗ ଯୁଗ ପାଇଁ
ମୋ ଦେହେ ଲାଗିଲା ଦାଗ

ପଶୁପଣେ ତୁମେ କାମନା ନିଆଁରେ
ଖାଅନି କାହାକୁ ଜାଳି
ନହଲେ ଏ ନାରୀ ବାଧ୍ୟହେବ ପୁଣି
ସାଜିବାକୁ ଚଣ୍ଡୀ କାଳୀ

ସ୍ଥାଣୁ ଚଉଷଠି ଯୋଗିନୀ ମାନେ ବି
ଭୁଲିଯିବେ ଦୟା ମାୟା
କେଉଁ ପୁରୁଷକୁ ମିଳିବେନି ଆଉ
ଜନନୀ ଭଗିନୀ ଜାୟା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top