ଗଳ୍ପ

ଭଙ୍ଗା ପାହାଚ

Prafulla Tripathy's an odia story Bhangaa Paahaada

ଆହା ! ଗୋଦରି କହୁଛି ଗୋଡ଼କୁ ଅନା । ନିଜେ କେତେ ରୋଗରେ ଘାଣ୍ଟି ହଉଛ । ଔଷଧ ଦେଲେ ଠିକ୍ ସେ ଖାଉନ, ବେଶି ପଇସା ଖର୍ଚ୍ଚ ହେଇଯିବ ବୋଲି ।

ପୂର୍ବରୁ

ଦର୍ପ ଦଳନ ସୁଖ ଆଉ ଦୁଃଖର ମଝିରେ ଠିଆ ହେଇଥିବା ନିର୍ବିକାର ମଣିଷ ଟିଏ । ପାଖରେ ସ୍ତ୍ରୀ ସରୁ ବସି ଦର୍ପ ଦଳନ କୁ ଅନେକ ବୁଝେବାରେ ଲାଗିଛି । ପଣତରେ ମୁହଁ ପୋଛି ଦେଇ ପ୍ରବୋଧନା ଦେଇ କହୁଛି । ସମୟତ ଆମ ପାଇଁ ନିଷ୍ଟୁର ହେଇଗଲା । କାହାର ଦୋଷ ଦେଇ ଲାଭ କଣ ? ଭଙ୍ଗା ପାହାଚ ଅତିକ୍ରମ କରିଯାଇଥିଲେ ବି ଆମର ବାଟ ଆହୁରି ବାକି ଅଛି ।

ଗୋଟାଏ ଦି ବଖୁରିଆ ଘର ଭିତରେ ଏପାଖ ସେପାଖ ହେଇ ଦି ‘ ଜଣ ନିଜକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

ଭଙ୍ଗା ପାହାଚ ରେ ଉଠି ଘର ଭିତରକୁ ପଶିଲା ବେଳକୁ ଯେମିତି ଖାଁ ଖାଁ ଲାଗୁଥିଲା । ଛୋଟିଆ ଭଡ଼ା ଘର ଭିତରେ ନିଃସ୍ଵ ଅସହାୟ ଜୀବନର ସ୍ୱାଦ ଚାଖୁ ଚାଖୁ ଦର୍ପଦଳନ ଓ ସରୁ ନିଜକୁ ତିଳ ତିଳ ଦଗ୍ଧୀଭୂତ କରୁ ଥିଲେ । ଏତେ ବଡ ସହର ଭିତରେ ତାଙ୍କର କିଏ ଅଛି ଯେ ବିପଦ ସମୟରେ ସାହାଯ୍ୟ କରିବାକୁ । ସେଇ ଗଗନତ ଏକା ହିଁ ଯାହା କରିବ । କେତେ କଣ କରିବ ସେ ! ତାର ବି ଆମ ପରିବାର ଅଛି । ଅଫିସ୍ ଅଛି । ମିନାଟା ଭାରି ଭଲ ଝିଅ । କେତେ କଣ କାମ କଲେବି କିଛି କହେନା । ମଉସା ମାଉସୀ ଡାକେ ସିନା ଆମେ ତାକୁ ନିଜ ପୁଅଠାରୁ ଅଧିକ ସ୍ନେହ ଆଦର କରୁଥିଲୁ ।ସେଥିପାଇଁ ରାତି ଅଧରେ ଦାକିଲେବି ପହଞ୍ଚି ଯାଏ ।

ଆମର ବୋଲି ଆମେ ଯାହାକୁ ଭରସା କରିଥିଲୁ , ସେ ଆମକୁ ପଞ୍ଜୁରୀ ଭିତରେ ଏକୁଟିଆ କରି ଚାଲିଗଲା । ବୋହୂ ବୋଲି ଯାହାକୁ ଘରକୁ ସେ ବୋହୂ ନୁହେଁ ତ କାଳ ନାଗୁଣୀ ଟିଏ ।

ନଣନ୍ଦର ପୁଅ ଟିଏ ମରିଗଲା ଯେ ଦେଖିବାକୁ ଆସିଲାନି ।

ତଥାପି ସେ ଆଶା ରଖିଛନ୍ତି । ପକ୍ଷୀ ବସା ଛାଡି ଚାଲିଗଲେ ବି ପୁଣି କେବେ କେବେ ମନେ ପଡ଼ିଯାଏ ପୁରୁଣା ଘରର ମୋହ । ଫେରି ଆସି ଦେଖନ୍ତି ତ ବସା ନାହିଁ । ଖାଲି ଦୋଳି ଖେଳୁଛି ଶୁଖିଲା ପତ୍ର ଭିତରେ ବାୟା ବସା । ଉପରେ ଢାଙ୍କି ହେଇ ଯାଇଛି କେତେ ଶୁଖିଲା ଛିଣ୍ଡା ମିଣ୍ଡା ପତ୍ର ।

ଖଟିଆ ଉପରେ ଶୋଇ ରହି ସେ ଚିନ୍ତା କରୁଥିଲେ ଫେରିବେକି ପକ୍ଷୀମାନେ !

ଦର୍ପ ଦଳନ ଏମିତି କେତେ ଜଣ ଚିନ୍ତା କରି କରି ଭଙ୍ଗା ଖଟିଆ ଉପରେ ଶୋଇ ପଡିଛନ୍ତି । ସରୁ ଗିଲାସ୍ ରେ ଚା ତିଆରି କରି ପହଞ୍ଚି ଡାକିଲା “ହେଇ, ଉଠୁଛ । ଚା ପିଇବନି କି ?

ଧଡ୍ ପଡ଼ ହେଇ ଉଠି ପଡ଼ିଲା ଦର୍ପଦଳନ।” ହଁ ହଁ ଚା ପିଇ ବାକୁ ତ ଅପେକ୍ଷା କରି ଥିଲି ।

ହଁ କ’ଣ ଗୋଟାଏ ଭାବୁ ଥିଲ ବସି । ଆରେ ନାଇଁମ ସରୁ ତୁମକୁ ଅପେକ୍ଷା କରିଥିଲି ।

ହଁ, ମତେ ଆଉ ଭୁଲାନା ବା । ଯେତେ କହିଲି ତୁମେ ସେ ଚିନ୍ତା ସବୁ ଛାଡ । ହେଲା କଣ ? ତୁମେ ଠିକ୍ ସେ ଚାଲି ପାରୁନା । ମୁଣ୍ଡ କଣ ହଉଛି । ଡାଇବେଟିସ । ଆଉ କେତେ ବୁଝାଇଲେ ହବ କହିଲ?

ଆହା ! ଗୋଦରି କହୁଛି ଗୋଡ଼କୁ ଅନା । ନିଜେ କେତେ ରୋଗରେ ଘାଣ୍ଟି ହଉଛ । ଔଷଧ ଦେଲେ ଠିକ୍ ସେ ଖାଉନ, ବେଶି ପଇସା ଖର୍ଚ୍ଚ ହେଇଯିବ ବୋଲି ।

ଏଥର ମୋ କଥା ମାନି , ଠିକ୍ ସମୟରେ ଖିଆ ପିଆ କର, ଔଷଧ ଖାଆ । ମୋର ତ ସବୁବେଳେ ସେ ଛୁଆ ପୁଅଟା କଥା ମନେ ପଡୁଛି । ନଅ ମାସର ହେଇଥିଲା ଲୋ । ଗୋରା ତକ୍ ତକ୍ ଚେହେରା । ଭଗବାନ ତ ତାକୁ ହରିନେଲେ । ଝିଅଟା କେତେ କଷ୍ଟ କରିଥିଲା । ଭାଉଜ ଟିକେ ଦେଖି ବାକୁ ଆସିଲାନି । ପେଟର ଛୁଆଟା ତାର କଣ ଦୋଷ କରିଥିଲା । ଛାଡ ସରୁ ଏ ସମୟରେ ସେ କଥା ମନେ ପକେଇଲେ ଆଖିର ଲୁହ ଶୁଖିବନି କି ଛାତିର ଦୁଃଖ ସରିବନି । ଭଗବାନଙ୍କର ଇଚ୍ଛା ବୋଲି ମାନି ନେବାକୁ ପଡିବ ।

ମୋ ପରି ମୋ ଝିଅର ଜୀବନ ବି ଅସହାୟ ହେଇଗଲା । କେତେ କଷ୍ଟ ଭିତରେ ତା ‘ ଜୀବନ କଟୁଛି ଭଗବାନ ହିଁ ଜାଣନ୍ତି । ତାକୁ ଟିକେ ବିଶ୍ରାମ ବି ନାହିଁ । ସକାଳୁ ପିଲା କଥା, ତାପରେ ରୋଷେଇ ବାସ,ତାପରେ ଅଫିସ୍ । ଭୋକ ହେଲେ ପାଖରେ ବି କେହି ନାହିଁ । ମୁଁ ଥିଲାବେଳେ କହିବ ” ହେ ବୋଉ ! କଣ ଟିକେ ଦେଲୁ ମୁଁ ଖାଇ ଦିଏ ।

ଦୀର୍ଘ ଶ୍ଵାସ ପକେଇ ଦର୍ପଦଳନ କହିଲେ ” ହଉ ତୁମେ ସନ୍ଧ୍ୟା ଦବା ସମୟ ହେଇ ଗଲାଣି ।

ଏଲୋ ମାଆଲୋ ଏତେ ବେଳ ହେଇ ଗଲାଣି । ମୁଁ ଯାଉଛି ଲୋ ମା !
******”
ବେଳ ଗଡିଗଲା, ରାତିରେ କପୋତୀ ପରି ବାହୁନି ଉଠେ ସରୁ । କେତେ କଷ୍ଟ କେତେ ଯନ୍ତ୍ରଣା ନସହିଛି । କେବେ ବି ଅଭିଯୋଗ କରିନି ।

ଶାଶୁ ଠାରୁ ଆରମ୍ଭ କରି ନଣନ୍ଦ ପର୍ଯ୍ୟନ୍ତ ସମସ୍ତେ ତାକୁ ଶତ୍ରୁ ବୋଲି ମନେକଲେ । ବହୁ ଅତ୍ୟାଚାର କଲେ । ତଥାପି ସେ ବସୁଧା ପରି ସବୁ ସହିଗଲା । କେବଳ ଭବିଷ୍ୟତ ମାନଙ୍କୁ ଆଖିରେ ରଖି ।
କିନ୍ତୁ ହେ ବିଧାତା ! ସବୁ ଆଶା ସବୁ ସ୍ୱପ୍ନ ଫୋଟକା ପରି ମିଳେଇ ଗଲା । ସୂର୍ଯ୍ୟ ଅସ୍ତ ହେବାକୁ ବସିଲେ କିନ୍ତୁ ଦୁଃଖର ଦିନ ଗୁଡ଼ିକ ପାହାଡ ପରି ମଥାକୁ ଚାପିଦେଲେ।

ଦର୍ପଦଳନ ନିଜ ଛାତିକୁ ଖୁବ୍ ଜୋରରେ ଚାପି ଧରି କ୍ଷୀଣ ଚିକ୍ତାର କରୁଛି । ଶୁଭୁ ନାହିଁ ବୋଧେ ସୁରୁକୁ । ରୋଷେଇ ଘରର ଉତ୍କଟ ଶବ୍ଦରେ ଲିଭି ଯାଉଛି ଦର୍ପ ଦଳନ ର ଚିକ୍ତାର । ଛାତିକୁ ଜାବୁଡ଼ି ଧରି ଯେତେ ଗର୍ଜନ କଲେବି ଶୁଣି ପାରୁନି ସରୁ ।

ଦର୍ପ ଦଳନ ପାଇଁ କେତେ ଶୀଘ୍ର ରୋଷେଇ କରି ଖାଇବାକୁ ଦବ ତାହାହିଁ ସେ ଭାବି ଚାଲିଥିଲା ।

ହଠାତ୍ ଗୋଟାଏ ଦାଲ୍ କରି ଶବ୍ଦରେ ଚମକି ପଡିଲା ସରୁ । ଦେଖିଲା ବେଳକୁ ସେଇ ଭଙ୍ଗା ପାହାଚ ଉପରେ ଛଟ ପଟ ହେଇ ଦର୍ପ ଦଳନ ଚିକ୍ତାର୍ କରୁଛି । “ମତେ ଟିକେ ପାଣି ଦିଅ, ମତେ ଟିକେ ପାଣି ଦିଅ ।” ଦୌଡ଼ି ଗଲା ସରୁ ରୋଷେଇ ଘରୁ ପାଣି ଆଣିବାକୁ । ସେତେବେଳକୁ ତା କାନ୍ଦରେ ଆଖ ପାଖ ସାଇ ପଡିଶା ରୁଣ୍ଡ ହେଇ ଗଲେଣି ।

ସରୁ ଡାକୁଛି “ହେଇ ଉଠ, ଉଠବା, ମାଛ ବେସର ଖାଇବ ପରା ! ନିଷ୍ପ୍ରଭ ହୋଇଉଠିଛି ଚଳଚଂଚଳ ଦର୍ପ ଦଳନ । ଆଖିର ଡୋଳା ଦୁଇଟା ଖୋସି ହେଇ ଯାଇଛି । ଏତେ ଲମ୍ବ ଜିଭଟା ପଦାକୁ ବାହାରି ଆସିଛି । ଚାଟି ଦଉଛି ଭଙ୍ଗା ପାହାଚ ର ପାଦ ଗୁଡ଼ାକ । ଭକ୍ କରି ମେଞ୍ଚାଏ ବାନ୍ତି କରି ପକେଇଲା ସରୁ । ଦୁଲ୍ କରି ପଡ଼ିଗଲା ଦର୍ପ ଦଳନ ଉପରେ ।

ସମସ୍ତେ ଦେଖୁଥିଲେ ନିଷ୍ଠୁର ନିୟତିର ଖେଳ।

ସମସ୍ତେ କହୁଥିଲେ ଆହା କେତେ ଭଲ ଲୋକ ଥିଲେ ସେ ଦୁଇ ଜଣ। ଭଗବାନ ସହିଲେନି ତାଙ୍କର ଲୋକ ପ୍ରୀୟତାକୁ ।

ଖୋଜା ଗଲା ତାଙ୍କର ଉତ୍ତରାଧିକାରୀ ।

କେହିତ ମିଲିଲେନି ।

ସେତିକି ବେଳକୁ ଗଗନ ଧଇଁ ସଇଁ ହୋଇ ପହଞ୍ଚିଲା । ଏ ଦୃଶ୍ୟ ଦେଖି ଭୋ ଭୋ ହେଇ କାନ୍ଦି ପକେଇଲା । କଥା ଚାଲିଛି….

କିଏ ଶବ ଦାହ କରି ମୁଖାଗ୍ନି ଦବ?

ସମସ୍ତେ ସମସ୍ତଙ୍କ ମୁହଁକୁ ଚାହାଁ ଚାହିଁ ହଉଛନ୍ତି । କେହି କିଛି କହୁ ନାହାଁନ୍ତି ।

ଗଗନ ଚିକ୍ତାରା କରି ଉଠିଲା । “ଚାଲ ମୁଁ ଶବ ଦାହ କରିବି। ମୂଖାଗ୍ନି ଦେବି।

କେତେ ଜଣ ଲୋକ କହିଲେ ଏହା ଠିକ୍ ନୁହେଁ ବାବା ! ତୁମେ ତ ତାଙ୍କର ଭାଇ ବିରାଦର ନୁହଁ କେମିତି ଦବ ? ଆଉ କେତେ ଜଣ ଲୋକ କହିଲେ ଦେଲେ କଣ ଅସୁବିଧା ଅଛି । କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଏମିତି ସତ୍କାର କରା ଯାଇଛି । ଏଥିରେ ଭୁଲ୍ କୋଉଠି !

ଏଥର ସମସ୍ତେ ରାଜି ହୋଇଗଲେ।

ଏଥର ଶବ ଉଠିଲା ।

ମୀନା ଆସି ଗୋବର ପାଣି ପକେଇଲା ଆଗେ ଆଗେ । ଦୁଇ ଦୁଇଟା କୋକେଇ ଚାଲିଥାଏ ପଛକୁ ପଛ ।

“ରାମ ନାମ ସତ୍ୟ ହେ । ହରି ନାମ ସତ୍ୟ ହେ “ରେ କମ୍ପି ଉଠୁଥିଲା ଗଗନ ପବନ । ହରିବୋଲ ହୁଳହୁଳି ଶବ୍ଦରେ ଚମକି ଯାଉଥିଲା ପରିବେଶ ।

ସେତିକି ବେଳକୁ ଗୋଟିଏ କାର୍ ଆସି ଗାଆଁ ମଝିର ରହିଗଲା । ଶବ ବାହାକ ମାନେ ହରିବୋଲ ଶବ୍ଦରେ ମତୁଆଲା ହେଇ ଯାଇ ଥିଲେ । କାର ଆଡ଼କୁ କେହି ବି ଦୃଷ୍ଟି ଦେଲେ ନାହିଁ ।
ଦର୍ପ ଦଳନ ର ଭଙ୍ଗା ପାହାଚ ସେମିତି ଭଙ୍ଗା ହେଇ ରହିଗଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top