କବିତା

ଆତ୍ମା ଜଳୁଛି

Birendra Kumar Pradhan's odia poem Aatmaa Jaluchhi

ଜୀବନର ମଞ୍ଚ ଏଠି
ଥିଟରର ସିନେମା
ହେଲେ ସାଧନାର ପୀଠ ଜଳୁଛି
ସେଠି ଯାଇହୁଏନା ଜମା

ଆତ୍ମା ଜଳୁଛି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କଳାକାର ମରିଯାଏ ସିନା
କଳା ଏଠି ଜମା ମରେନା
ଶରୀରଟା ଜଳିଯାଏ ସିନା
ହେଲେ ଆତ୍ମା ଜମା ଜଳେନା ।୧।

ନଗ୍ନତାର ଦୁନିଆରେ
ନଗ୍ନତାକୁ ଆଦର ମିଳେ ସିନା
ସଠିକ କଳାକାର ସନ୍ମାନ ପାଏନା
କଳା ତା କୁହୁଳି କୁହୁଳି ହୋଇଯାଏ ଚୂନା ।୨।

ଏଠି ମିଛ ମାୟା ସଂସାରରେ
ସତ ସମ୍ପର୍କ ଗଢା ହୁଏ ସିନା
ସମ୍ପର୍କର ଡୋରୀ ନେଇ
ଜୀବନର ଅନ୍ତିମ ପଥ ଚାଲିହୁଅନା ।୩।

ଜୀବନର ମଞ୍ଚ ଏଠି
ଥିଟରର ସିନେମା
ହେଲେ ସାଧନାର ପୀଠ ଜଳୁଛି
ସେଠି ଯାଇହୁଏନା ଜମା ।୪।

କଳାକାର ଏଠି ହସୁଛି
କିନ୍ତୁ ତା ଅନ୍ତର ଆତ୍ମା କାନ୍ଦୁଛି
ଅନ୍ୟକୁ ସୁଖ ଦେବାକୁ ଚାହିଲେ
ଦୁନିଆ ପାଗଳ କହୁଛି ।୫।

ଆଜିର ମଣିଷ ବିଷକୁ ଆପଣେଇ
ଅମୃତ ଫୋପାଡି ଦେଉଛି
ଜୀବନର ଅମୃତ ଚାଖିବା ଆଗରୁ
ତା ଶରୀରଟା ବିଷ ହେଉଛି ।୬।

ଜୀବନର ମୂଲ୍ୟ ବୁଝିନୀ ମଣିଷ
ଜୀବନକୁ ଜାଳି ଦେଉଛି
ଜୀବନର ମୂଲ୍ୟ ବୁଝିବା ଆଗରୁ
କେତେଥର ସେ ମରିସାରିଛି ।୭।

ଜୀବନର ଶାନ୍ତି ଭାବି
ଅଶାନ୍ତିର ବାଟ ଧରିଛି
କାଞ୍ଚନ ଭାବି ସେ
କାଚକୁ ସାଥି କରିଛି ।୮।

ସେଥିଲାଗି ଆଜି ଶରୀର ବଦଳେ
ତା ଆତ୍ମା ଜଳୁଛି
ପୁଣି କୁହୁଳି କୁହୁଳି
ତା ଆତ୍ମା ଜଳୁଛି….।୯।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top