ପବନ ନେଇଚି ତୋଳି
ତୀକ୍ଷ୍ଣ ଚଞ୍ଚୁ ମୁନିଆ ପଞ୍ଝାରେ
ଗଛରୁ ଫୁଲ-ମାଟିର ମହକ
ଚାଟିଚୁଟି ପାଦଚିହ୍ନ ସବୁ
ବଞ୍ଚିବାର ବେଳାଭୂଇଁ-ଚଟାଣ ଛାତିରୁ ।
ଜୀବନର ସଂଜ୍ଞା ପାଲଟିଚି
ପାଦତଳ ମାଟି ଯେ ହେତୁ ଅରୁଚି
ଥରୁଥରୁ ବେଦମ
ପାଦ ରଖିଲେ ପାଦତଳ ମାଟି
ଏଣେ ତେଣେ ଛିଟିକି ପଡୁଚି
ଆକାଶକୁ ଚାହିଁଲେ
ଆକାଶ ପଡ଼ିଚି ଲଟକି
ପାଦ ରଖିବାକୁ ଏଠି ।
