(୧)
ସାରା ଜୀବନ ମୁଁ
ଅନ୍ୟ ମାନଙ୍କ ଦ୍ୱାରା
ବ୍ୟବହୃତ ହୋଇ
ଫୋପଡା ହେଲି ।
(୨)
ମିଚ୍ଛ ମାୟାରେ ପଡି,
ଭାବ ପ୍ରବଣ ହୋଇ,
ନିଜ ବିଦ୍ୟା, ବୁଦ୍ଧି ,
ଅର୍ଥ ସବୁର
ଅପବ୍ୟବହାର କଲି ।
(୩)
ସମସ୍ତେ ବିଭିନ୍ନ ସମୟରେ
ମତେ ଭାବପ୍ରବଣ କରି,
ବିଭିନ୍ନ ଉପାୟରେ ଠକି
ଚାଲିଲେ, ମୁଁ କିନ୍ତୁ
ଛଳନା କୁ ବୁଝି ପରିଲିନି ।
(୪)
ଚାକିରୀ କ୍ଷେତ୍ରରେ
ମୋ କାନ୍ଧରେ ବନ୍ଧୁକ
ରଖି, ବିଭିନ୍ନ ଉପାୟରେ
ମୋ ଉପରିସ୍ଥ , ମୋ
ସମକକ୍ଷ ମାନେ
ବନ୍ଧୁକ ଫୁଟାଇଲେ ।
(୫)
ଚାକିରୀ ପରେ ଏବେ ମୁଁ
ଦେଖୁଚି, ଏବେ ବି
ବିଭିନ୍ନ ଲୋକ
ବିଭିନ୍ନ ଉପାୟରେ
ସାହାଯ୍ୟ ମାଗିବା
ନାମରେ ନିଜେ
ଉପକୃତ ହୋଇ
ମୋର ଅନୁପଯୁକ୍ତ
ବ୍ୟବହାର କରି,
କାମ ସରିଗଲାପରେ
ଫୋପାଡି ଚାଲିଛନ୍ତି ।
(୬)
ତେବେ ଭାବୁଛି ମୁଁ ଏବେ
ଏହା ପାଇଁ ଦାଇ କିଏ?
ମୁଁ ନିଜେ !
ମୁଁ କାହିଁକି ଘରୁ ଖାଇ
ଘୋଡା ଆଗରେ
ଡେଇଁ ପଡୁ ଥିଲି?
କଣ ମିଳିଲା ସେଥିରୁ ??
ଘରେ ସ୍ତ୍ରୀ ପିଲାଙ୍କୁ
ବେଖାତିର କରି
ମୁଁ କାହିଁକି ପରର
ନିର୍ଦ୍ଦେଶ ରେ ମାତିଥିଲି ?
କଣ ଭାବି ନିଜର
ଅମୁଲ୍ୟ ଶକ୍ତିର
ଅପଚୟ କରୁଥିଲି ???
(୭)
ଏବେ ଜୀବନର
ଶେଷ ବେଳକୁ
ଏ ସତ୍ୟ କୁ
ଉପଲବ୍ଧି କରିଲେ
କିବା ଲାଭ ହେବ?
(୮)
ଯାହାତ ହେବାର
ହୋଇ ସାରିଲାଣି,
ମୁଁ ଅନ୍ୟ ମାନଙ୍କ ଦ୍ୱାରା
ବ୍ୟବହୃତ ହୋଇ
ଏବେ ଫୋପଡା
ହୋଇ ସାରିଲିଣି ।