କବିତା

ବାପା

Sonali Garnayak's odia poem Baapa

ଝିଅ ନୁହେଁ ଡାକନ୍ତି ମା
ସାଜିଛି ତାଙ୍କ ଘରର ଲକ୍ଷ୍ମୀ ପ୍ରତିମା

ବାପା

ଯାହାଙ୍କ ଆଖି ଦେଖିଲେ ଲାଗେ ଭୟ
ମୋ ପାଇଁ ସାଜନ୍ତି ସେ ଅଭୟ

କେତେ ରାତି କରିଛନ୍ତି ଉଜାଗର
ମୋତେ ସଜାଇବାକୁ ବାଜିଗର

ସବୁ ସୁଖ ଶିରି ଦେଇଛନ୍ତି ଢାଳି
ଭୁଲ କଲେ କିନ୍ତୁ ପଡେ ଗାଳି

ମୁଁ କୁଆଡେ ତାଙ୍କ ଜୀବନ
ଲୁହ ନିଗାଡ଼ି କରିଛନ୍ତି ପୂରଣ ସବୁ ସ୍ବପ୍ନ

ଝିଅ ନୁହେଁ ଡାକନ୍ତି ମା
ସାଜିଛି ତାଙ୍କ ଘରର ଲକ୍ଷ୍ମୀ ପ୍ରତିମା

ବୋଉ କୁହେ ରୂପରେ ଗୁଣରେ ତାଙ୍କ ଭଳି
ଧରିଛନ୍ତି ହାତ ଯେତେଥର ପଡିଛି ଟଳି

ଅଜାଡ଼ିଛନ୍ତି କେତେ ଯେ ବଦାନ୍ୟତା
ବାପା ନୁହନ୍ତି ସେ ଚଳନ୍ତି ଦେବତା ।

ଲୋକପ୍ରିୟ ଲେଖା

To Top