କବିତା

ପୂଜାର୍ଘ୍ୟ

Prafulla Kumar Panda's odia poem Poojaarghya

ଭକତି ପ୍ରେମରେ ପବିତ୍ର ଜଳରେ ,
ପୂଜିବୁ ନିଷ୍କାମ ହୋଇ ।
ସତ୍ୟର ଦୟଣା ଶ୍ରୀଭୂଜେ ଅରପି ,
ସତ୍ୟର ପୂଜାରୀ ସାଜି ।

ପୂଜାର୍ଘ୍ୟ

ଅଯାଚିତ ଦାନ ତୁମ୍ଭର ହେ ପ୍ରଭୁ ,
ଏ ବିଶ୍ୱ ଜୀବ ଜଗତ ।

ପରମ ଭାବରେ ପ୍ରତିଟି ହୃଦୟେ ,
ଅପ୍ରକାଶେ ବିରାଜିତ ।

ନଭୋ , ଜଳ ସ୍ଥଳ ପାହାଡ଼ ଜଙ୍ଗମ,
ସବୁଠିଁ ତୁମ୍ଭର ସ୍ଥିତି ।

ତୁମ୍ଭ ବ୍ୟତିରେଳେ ଏ ଜୀବନ ରଥ ,
ସାରଥୀ ବିନୁ ପ୍ରଗତି ।

ପ୍ରକାଶିତ ହୁଅ ହୃଦ ଶ୍ରୀମନ୍ଦିରେ ,
ଦିବ୍ୟତ୍ୱର ଆଭା ନେଇ ।

ଭକତି ପ୍ରେମରେ ପବିତ୍ର ଜଳରେ ,
ପୂଜିବୁ ନିଷ୍କାମ ହୋଇ ।

ସତ୍ୟର ଦୟଣା ଶ୍ରୀଭୂଜେ ଅରପି ,
ସତ୍ୟର ପୂଜାରୀ ସାଜି ।

ଶରଧା ସୁମନେ ଚନ୍ଦନ ଚର୍ଚ୍ଚିତ,
କରିବୁ ଶ୍ରୀଅଙ୍ଗ ରାଜି ।

ଦୟା ଆଭୂଷଣେ ଏକତା ସୂତ୍ରରେ ,
ସୁଗନ୍ଧିତ ପୁଷ୍ପ ମାଳେ ।

କ୍ଷମାର ସାଗରେ ଆରତୀ ଅର୍ପିବୁ,
ଅହିଂସା ସ୍ତବଳ ତାଳେ ।

ପ୍ରିୟ ସୁଦର୍ଶନ ରୂପୀ ସମର୍ପଣ,
ସମର୍ପୁଛୁଁ ଶ୍ରୀଚରଣେ ।

ବିଶ୍ବ ନିୟନ୍ତାଙ୍କ ଦିବ୍ୟ ସ୍ୱରୂପକୁ,
ସମୁରୁଥାଉଁ ଅନୁକ୍ଷଣେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top