କବିତା

ବନ୍ଧୁତା

Prakash Kumar Rout's odia poem Bandhutaa

ବନ୍ଧୁତା ପରି ପବିତ୍ର ସମ୍ପର୍କ
ଦୁନିଆରେ ସତେ କାହିଁ
କୃଷ୍ଣ ଆଉ ସୁଦାମାଙ୍କ ସମ୍ପର୍କ ଭଳି
ରହିଥିବା ଅମର ହୋଇ…….।

ବନ୍ଧୁତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଈଶ୍ୱରଙ୍କର ସୃଷ୍ଟିରେ ଏକ ମୂଲ୍ୟବାନ ଅବାଦନ
ବନ୍ଧୁତା ରୂପେ ସେ ଦେଲେ ଆମକୁ ଉପହାର
ବଂଧୁ ଟିଏ ସିନା ବୁଝି ପାରିଥାଏ
ଏକ କୋମଳ ହୃଦୟ ମନ
ଶୂନ୍ୟତାରେ ଭରିଦେଇଥାଏ
ଅସଂଖ୍ୟ ଖୁସିର ଫଗୁଣ…..।

ବିପଦବେଳେ ସେ ପାଖେ ରହିଥାଇ
ଦେଇଥାଏ ଆଶ୍ଵସନା
ଉତ୍ସାହିତ କରେ ପ୍ରତି ମୁହୁର୍ତ୍ତରେ
ପ୍ରଭାତରୁ ପ୍ରଦୋଷ ଯାଏଁ…..।

ଦିବାରୁ ରଜନୀ ରହିଥାଇ ପାଖେ ପାଖେ
ମନର ଅକୁହା ଅବୁଝା ବ୍ୟଥା କୁ
ଦୂର କରିଥାଏ ନିଜେ….।

ବନ୍ଧୁତା ପରି ପବିତ୍ର ସମ୍ପର୍କ
ଦୁନିଆରେ ସତେ କାହିଁ
କୃଷ୍ଣ ଆଉ ସୁଦାମାଙ୍କ ସମ୍ପର୍କ ଭଳି
ରହିଥିବା ଅମର ହୋଇ…….।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top