ଚକ୍ ମକ୍ ବିଜୁଳି ଚମକ
ଭରିଦିଏ ହୃଦୟରେ ଅଜଣା ପୁଲକ,
କଳାମେଘୀ ପାଟ ପିନ୍ଧି ନାଚଇ ବଉଦ
ବାଣ ଓ ରୋଷଣୀ ଲାଗେ ଘଡ଼ଘଡ଼ି ଶବ୍ଦ,
ବର୍ଷ ଯେବେ ଝରେ ଝର ଝର
ଝୁମିଝୁମି ଯାଏ ମନ ମୋର,
ପ୍ରୀତିର କଦମ୍ୱ ଫୁଟି ମହକାଏ ବନ
ଓଦା ହୁଏ ଦେହ, ମନ, ପ୍ରାଣ,
ଅଙ୍ଗେ ଅଙ୍ଗେ ଖେଳିଯାଏ
ମୋ ପ୍ରିୟାର ସାନିଧ୍ୟ ଓ
ତା’ ଓଠର ଉଷ୍ଣ ଶିହରଣ ।
ବର୍ଷା. . .
ଲେଖିଛନ୍ତି
ବର୍ଷ ଯେବେ ଝରେ ଝର ଝର
ଝୁମିଝୁମି ଯାଏ ମନ ମୋର,
