ନୂଆ ସକାଳରେ
ସୁନେଲୀ କିରଣ ତୁମକୁ ଛୁଇଁ ଯାଇଥିଲା
ବାଙ୍କ ଚାହାଣୀରେ ମୋତେ ଦେଖୁଥିଲ
ସୁନ୍ଦର ହସ ତୁମ ମୁହଁରେ ତ ଥିଲା
ହୃଦୟକୁ ମୋର ଭରି ଦେଲା ।
ଚାହୁଁଥିଲ ମୋତେ ବାଙ୍କ ଚାହାଣୀରେ
ଆଖି ମୋର
ତୁମ ଉପରେ ଲାଗି ରହିଥିଲା
ନାରଙ୍ଗୀ ଧଳା କପଡା
ଖୁବ ମାନୁଥିଲା ତ ତୁମକୁ
ଗଳାରେ ତୁମର
ନୀଳ ପଥରର ମାଳା ଶୋଭା ପାଉଥିଲା
କେତେ ସୁନ୍ଦର ତୁମେ ଦିଶୁଥିଲ ।
ତୁମ ଚାହାଣୀରେ
ହୃଦୟ ମୋ ତରଳିତ ଗଲା
କେତେ ଦିନର ବରଫ ପଡି ରହିଥିଲା
ମୋ ହୃଦୟ ଭିତରେ
ତୁମର ଉଷୁମ
ପ୍ରତିଟି ଅଙ୍ଗରେ ମୋର
ତୁମ ନାମର ମୃଗ ଦୌଡି ଚାଲୁଥିଲା ।
ସେମିତି ତୁମେ ଚାହିଁଥାଅ
ଭଲକରି ଦେଖେ ମୁଁ ତୁମକୁ
ମନ ବୋଧ କେବେ ବି ହେବନି
ତୁମ ରୂପ ବଖାଣିବା ପାଇଁ
ଶବ୍ଦ ମୋର ପାଖେ ନାହିଁ ।
