-: ପୂର୍ବରୁ :-
ସତରେ
ତମ ଠାରୁ
ବହୁତ କିଛି ଶିଖିଲି ।
କିପରି ଅବିଶ୍ୱାସର
ତତଲା ଚେଙ୍କ ଦିଆଯାଏ ?
ବାରମ୍ବାର ସ୍ୱାର୍ଥ ପାଇଁ
ଅନ୍ୟକୁ କିପରି
ହତ୍ୟା କରାଯାଏ
ତାକୁ ବି ଅନୁଭବ କଲି ?
ସବୁ ଦୟା ମାୟା ଛାଡି
ଏମିତି କଷ୍ଟ କଣ
କାହାକୁ ଦିଆଯାଏ ?
ଏମିତି କେମିତି ତମେ
ନିଷ୍ଠୁର ହୋଇପାର ?
ଏଭଳି ଏକ ଲୋକ ସହ
ଭେଟ ହୋଇଛି
ଯାହାର ନିର୍ମମତା ହିଁ
କେବଳ ମନେ ରହିବ ।
ଦୟା ଲାଗିଲାନି
ଏ ବିଚାରିଟି ଉପରେ ?
ଏ ସବୁ କେଉଁ
ମଣିଷ ପଣିଆଁ କୁହ ତ ?
ଏ କଣ ମୋ ପାଇଁ
କମ୍ ବଡ କଥା ???
ଯେଉଁ ନାରୀ ଆଡ ଆଖିରେ
କାହାକୁ ନଜର ଦିଏନି,
କି ବିଶ୍ୱାସ ବି କରେନି;
ସତରେ ତାକୁ
ଈଶ୍ୱର ଦଣ୍ଡ ଦେଲେ
ତମ ମାଧ୍ୟ୍ୟମରେ ।
କେଉଁ ସତ ମଣିଷର
ଅଭିଶାପ ହୋଇଥିବ ନିଶ୍ଚେ ।
ହଁ ତମେ ମୋତେ
ଅବଶୋଷରେ ଭରିଦେଲ
ଆଖି ଭିଜେଇ ଦେଲ
ବିଶ୍ୱାସ ବି ମାରିଦେଲ
ସତରେ ଠକିଦେଲ ।
