କବିତା

ବୃକ୍ଷ ଦେବତା

Jitendra Seth

ଅଙ୍ଗାରକାମ୍ଳ ନେଇ ନିଶ୍ୱାସରେ ତୁମେ
ଅମ୍ଳଜାନ ଦିଅ ଆମକୁ
ମୃତ୍ତିକା ସଂରକ୍ଷଣ କରି ତୁମେ
ଭରସା ହୁଅ ଚାଷୀକୁ

ବୃକ୍ଷ ଦେବତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବୃକ୍ଷ ଦେବତା ହେ ବୃକ୍ଷ ଦେବତା
ରଖ ପରିବେଶ ନିର୍ମଳ
ଅମ୍ଳଜାନ, ଛାଇ, କାଠ ଓ ଜାଳେଣି
ଦିଅ ତୁମେ ଫଳ ଫୁଲ ।। ୧ ।।

ଅଙ୍ଗାରକାମ୍ଳ ନେଇ ନିଶ୍ୱାସରେ ତୁମେ
ଅମ୍ଳଜାନ ଦିଅ ଆମକୁ
ମୃତ୍ତିକା ସଂରକ୍ଷଣ କରି ତୁମେ
ଭରସା ହୁଅ ଚାଷୀକୁ ।। ୨ ।।

ତାପ ନିୟନ୍ତ୍ରଣେ ବିନିଯୋଗ ହୋଇ
ବରଷା କରାଅ ତୁମେ
ତୁମ ଉପକାରେ ଉପକୃତ ହୋଇ
ବଞ୍ଚି ରହିଅଛୁ ଆମେ ।। ୩ ।।

ଆସ ସମସ୍ତେ ଏକାଠି ହେବା
ବୃକ୍ଷ ଦେବତାଙ୍କ ସେବା କରିବା
ଗୋଟିଏ ଗୋଟିଏ ଗଛ ଲଗାଇ
ସୁନାପିଲା ହୋଇ ନାଆଁ କରିବା ।। ୪ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top