କବିତା

ଚିରସ୍ଥାୟୀ ପଦବୀ

Er Bidyadhar Panda's odia poem Chirasthaayee Padabee

ଭିଡ଼ିଓ ସିଡ଼ିରେ ନାକଟି ଛୋଟିଆ
ପେଟଟି ଦିଶୁଛି ବଡ଼
ରଙ୍ଗ ଢ଼ାଞ୍ଚା ସ୍ୱର ମିଶି ଯାଏ ବୋଲି
ବିରୋଧି ଦେଖାନ୍ତି ତୋଡ଼

ଚିରସ୍ଥାୟୀ ପଦବୀ

ନୂଆ ବରଷରେମନଟା ଉଦାସ
ଅଚଳ ନୋଓଟ ବିଡ଼ା
ଭୋଜି ଭାତ ଖାଦ୍ୟମାଛ, ମାଂସ ସବୁ
ଲାଗୁଛି ଖାରିଆ ଖଡ଼ା

 ଭିଡ଼ିଓ ସିଡ଼ିରେନାକଟି ଛୋଟିଆ
ପେଟଟି ଦିଶୁଛି ବଡ଼
ରଙ୍ଗ ଢ଼ାଞ୍ଚା ସ୍ୱରମିଶି ଯାଏ ବୋଲି
ବିରୋଧି ଦେଖାନ୍ତି ତୋଡ଼

 ମୁଖିଆ ମୁହଁରେତୁଣ୍ଡି ବାନ୍ଧି ଦେଇ
ଦେଖଇ ସବୁରି ନାଟ
କେଉଁ ଆଡ଼ୁ ପାଣିକୁଆଡ଼େ ବୋହୁଛି
କିଏ ମାରୁଛି କୁହାଟ

ପୁଲିସ୍ କହୁଛିତଦନ୍ତ ଚାଲିଛି
ଜନତା ଟିକେ ସମ୍ଭାଳ
ଅଳପ ଦିନରେଖିରୁ ନିର କାଢ଼ି
ବତାଇବୁ ଫଳା ଫଳ

    ଚାପ ମୋଟେ ନାହିଁଆମରି ଉପରେ
ନିରପେକ୍ଷ ତଦାରଖ
ପ୍ରକୃତ ସତ୍ୟକୁପଦାକୁ ଆଣିବୁ
ଏଥର ଭରସା ରଖ

ସଧାରଣ ଲୋକସନ୍ଦେହ କରୁଛି
ନେତାଟି ପ୍ରଭାବଶାଳୀ
ସାରୁ ଖୋଳୁ ଖୋଳୁଶାଳଗ୍ରାମ ମିଳେ
ପଡ଼ିବେ ଲାଗୁଛି ବଳୀ

ଇସୁଲେସ ହୋଇବିଜେପି କଂଗ୍ରେସ
ଧରିଛନ୍ତି ମୁଣ୍ଡ ଗୋଡ଼
ନିଜ ଦଳ ଶତ୍ରୁଜଗି ବସିଛନ୍ତି
ଦାନ୍ତ କରି କଡ଼ ମଡ଼

 ମୁଖିଆର କଥାଜଣା ପଡ଼ୁନାହିଁ
ମାରି ଦେଇ ପାରେ ନାତ
ଇସ୍ତଫା ମାଗିଲେଅନ୍ଧାର ଦିଶିବ
ନାଆରୁ ହଜିବ କାତ

   ଅସଲି ନକଲିଡ଼ିଓ ସିଡ଼ିରୁ
ବିପତି ଆସେ ଘନେଇ
ମୁଖିଆଙ୍କ ପ୍ରିୟବୋଲି ଭାବିଥିଲି
ପଦବୀ ଟି ଚିରସ୍ଥାୟୀ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top