କବିତା

ଡାହାଣୀ

Minati Pradhan's odia poem Daahaani

ରାତି ପରେ ରାତି
ବନିବା ସଶକ୍ତା
ଜଳୁଥିବା ହୁତ-ହୁତ ନିଆଁ ରେ ସେକିବା
ବଞ୍ଚାଇ ଦେବା ମୃତ ଶିଶୁ
ଶୋଷି ନେବା ଜୀବନ୍ତ ଦେହରୁ ରକ୍ତ ।

ଡାହାଣୀ

ଆସ, ଆସ ଜମା ଡରନା ମ
ହୋଇଯିବା ଉଲଗ୍ନ,
ଚାଳରେ ଖୋସିଦେଇ ବସ୍ତ୍ର
ଡର ତୁମ ପାଖ ମାଡିବନି
କି ଅନ୍ଧାର କିଛି ବି କରି ପାରିବନି
କାନରେ ଫୁଙ୍କି ଦେବି ଏମିତି ମନ୍ତ୍ର ।

ରାତି ପରେ ରାତି
ବନିବା ସଶକ୍ତା
ଜଳୁଥିବା ହୁତ-ହୁତ ନିଆଁ ରେ ସେକିବା
ବଞ୍ଚାଇ ଦେବା ମୃତ ଶିଶୁ
ଶୋଷି ନେବା ଜୀବନ୍ତ ଦେହରୁ ରକ୍ତ ।
ମୋଡି ଦେବା ମୁଣ୍ଡ ସବୁ, ଖାଲି କୁକୁଡା ଛେଳିଙ୍କ ନୁହେଁ ।

ଚାଲିବା ଅଜବ ଚାଲି- ମୁଣ୍ଡ ତଳ ଆଉ ପାଦ ଉପରର
ହଠାତ କିଏ ଆସିଲେ ଆଗରେ
କଳା ଝାଳ ବହିଯିବ ତାଳୁରୁ ତଳିପା ତାର
ନିରର୍ଥକ ହେଇ ଯିବ ସାଙ୍ଗରେ ନେଇଥିବା
ମନ୍ତୁରା ଉଷୁଦ ଓ ପାଣି ଗାଁ ଗୁଣିଆର
କରି ସବୁ ପୁରୁଷ ପଣିଆ ର ଅସ୍ତ ।

ରୁହ ରୁହ ଖୋଜୁଛି ମୁଁ ନୂଆ ମନ୍ତ୍ର,
ସୂର୍ଯ୍ୟ ଉଦୟରେ କମିବନି ତାର ପ୍ରକୋପ
ଦେହରେ କିଏ ଦେଲେ ହାତ
ଛାଏଁ ଛାଏଁ ଜଳି-ପୋଡି ହୋଇବ ପାଉଁଶ ।
ସବୁ ନାରୀ ଙ୍କୁ ଦେବା ଡାହାଣୀ ବନିବାର ସତ୍ଵ
ଜଳିବେ କେବଳ ଧର୍ଷଣ କାରୀ, ହତ୍ୟାକାରୀ
ସାମାଜ ହେବନି ବ୍ୟାଧି ଗ୍ରସ୍ତ ।
ଆସ ହୋଇ ଯିବା ଡାହାଣୀ ସାଜିବାରେ ଅଭ୍ୟସ୍ତ ।

ଲୋକପ୍ରିୟ ଲେଖା

To Top