କବିତା

ଜହ୍ନ ରୋଷଣିରେ

Puspanjali Patel's odia poem Jahna Roshanire

ମୁଁ ଥିଲି ଏକା ମନର ଦେଶରେ
ସେ ଥିଲା ଏକ ସରଗ ରାଇଜେ
ଦୁହିଁଙ୍କ ହୃଦୟ ମନ ଗୋଟିଏ ହେଲା
ବୋଧେ ପୂର୍ବ ଜନମର ସମ୍ପର୍କ ଥିଲା

ଜହ୍ନ ରୋଷଣିରେ

ମନର ଦେଶରେ ଘୁରି ବୁଲୁଥିଲି
ବୁଲୁବୁଲୁ ଏକ ପାହାଚ ଭେଟିଲି
ଅଜବ ନାଁ ଟି ଥିଲା ସେ ପାହାଚର
ନାଁ ଟି ଥିଲା ତାର ବୟସ ପାହାଚ
ଚଢୁଚଢ଼ୁ ଚଢ଼ିଗଲି ସେ ପାହାଚେ ମୁହିଁ
ଫେରିବା ପାଇଁକି ବାଟ ଆଉ ପାଇଲି ନାହିଁ
ସିଧା ପହଞ୍ଚିଲି ଯାଇ ସରଗ ରାଇଜେ ମୁହିଁ
ସେ ରାଇଜେ ଥିଲା ଏକ ରାଜ ଉଆସ
ଉଆସଟି ସଜାଥିଲା ଝିଲମିଲ ତାରା ଫୁଲେ
ପାଲିଙ୍କି ଟେ ସଜାଥିଲା ଜହ୍ନ ରୋଷଣିରେ

ରୋଷଣି ରେ ବସିଥିଲା ରୁପସୀ ପରୀଟେ
ଓଢ଼ଣୀ ଫାଙ୍କରୁ ଚାହୁଁଥିଲା ସିଏ ମତେ
ରୁପସୀ ଚଢ଼ିଲା ଯେଉଁ ପାହାଚରେ
ମୁଁ ବି ଚଢିଲି ସେଇ ପାହାଚରେ
ଆମ ଦୁହିଁଙ୍କର ମନ ମିଶିଗଲା
ବୋଧେ ପୂର୍ବ ଜନମର ସମ୍ପର୍କ ଥିଲା
ମୁଁ ଥିଲି ଏକା ମନର ଦେଶରେ
ସେ ଥିଲା ଏକ ସରଗ ରାଇଜେ
ଦୁହିଁଙ୍କ ହୃଦୟ ମନ ଗୋଟିଏ ହେଲା
ବୋଧେ ପୂର୍ବ ଜନମର ସମ୍ପର୍କ ଥିଲା

ଲୋକପ୍ରିୟ ଲେଖା

To Top