ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମନର ଦେଶରେ ଘୁରି ବୁଲୁଥିଲି
ବୁଲୁବୁଲୁ ଏକ ପାହାଚ ଭେଟିଲି
ଅଜବ ନାଁ ଟି ଥିଲା ସେ ପାହାଚର
ନାଁ ଟି ଥିଲା ତାର ବୟସ ପାହାଚ
ଚଢୁଚଢ଼ୁ ଚଢ଼ିଗଲି ସେ ପାହାଚେ ମୁହିଁ
ଫେରିବା ପାଇଁକି ବାଟ ଆଉ ପାଇଲି ନାହିଁ
ସିଧା ପହଞ୍ଚିଲି ଯାଇ ସରଗ ରାଇଜେ ମୁହିଁ
ସେ ରାଇଜେ ଥିଲା ଏକ ରାଜ ଉଆସ
ଉଆସଟି ସଜାଥିଲା ଝିଲମିଲ ତାରା ଫୁଲେ
ପାଲିଙ୍କି ଟେ ସଜାଥିଲା ଜହ୍ନ ରୋଷଣିରେ
ରୋଷଣି ରେ ବସିଥିଲା ରୁପସୀ ପରୀଟେ
ଓଢ଼ଣୀ ଫାଙ୍କରୁ ଚାହୁଁଥିଲା ସିଏ ମତେ
ରୁପସୀ ଚଢ଼ିଲା ଯେଉଁ ପାହାଚରେ
ମୁଁ ବି ଚଢିଲି ସେଇ ପାହାଚରେ
ଆମ ଦୁହିଁଙ୍କର ମନ ମିଶିଗଲା
ବୋଧେ ପୂର୍ବ ଜନମର ସମ୍ପର୍କ ଥିଲା
ମୁଁ ଥିଲି ଏକା ମନର ଦେଶରେ
ସେ ଥିଲା ଏକ ସରଗ ରାଇଜେ
ଦୁହିଁଙ୍କ ହୃଦୟ ମନ ଗୋଟିଏ ହେଲା
ବୋଧେ ପୂର୍ବ ଜନମର ସମ୍ପର୍କ ଥିଲା
