କବିତା

ଏ ଜୀବନ ଚଲାପଥେ …

Debendra Dhinda's odia poem E Jebana Chalaapathe

ଚାଟଶାଳୀ ଚାଟରୁ ବିଶ୍ୱବିଦ୍ୟାଳୟ ଯାଏଁ
କେତେ ଯେ ସାଙ୍ଗ ସାଥି ହିସାବ ରଖି ନାହିଁ
ସମୟଟା ଆଜି ଏମିତିକା ସବୁ କିଛି ଯେ ଫିକା ଫିକା
ଚାଲୁଛି ଆଜି ମୁଁ ବାଟ ଏକା ଏକା
ଏ ଜୀବନ ଚଲାପଥେ …

ଏ ଜୀବନ ଚଲାପଥେ ...

ମା’ର ପଣତ କାନିରେ
ସାଜିଥିଲି ଦିନେ କଢି ଟିଏ
ସମୟର ଚକ୍ର ରେ ପ୍ରସ୍ଫୁଟିତ ହୋଇଗଲି ଧୀରେ ଧୀରେ
ଅତୀତ ସାଜିଲା ଆଜି ମୋର ଇତିହାସ
ବର୍ତମାନ ନେଇ କାଳବୈଶାଖୀ ର ରୂପ
ଚାଲୁଛି ଆଜି ମୁଁ ବାଟ ଏକା ଏକା
ଏ ଜୀବନ ଚଲାପଥେ … (୧)

ଚାଟଶାଳୀ ଚାଟରୁ ବିଶ୍ୱବିଦ୍ୟାଳୟ ଯାଏଁ
କେତେ ଯେ ସାଙ୍ଗ ସାଥି ହିସାବ ରଖି ନାହିଁ
ସମୟଟା ଆଜି ଏମିତିକା ସବୁ କିଛି ଯେ ଫିକା ଫିକା
ଚାଲୁଛି ଆଜି ମୁଁ ବାଟ ଏକା ଏକା
ଏ ଜୀବନ ଚଲାପଥେ … (୨)

ଜିଅନ୍ତା ଯୁଇରେ ଆଜି ମୁଁ ଜଳୁଛି
ଅକୁହା କାହାଣୀଟେ ହୋଇ
ବଞ୍ଚିବାଟା ଏଠି ଅଭିନୟ ଖାଲି
କାହା ଆଗେ ପାରୁନି ତା କହି
ଏ ଜୀବନ ଚଲାପଥେ …(୩)

ଜୀବନରେ କେତେ ଆଶା କେତେ ଯେ କଳ୍ପନା
ସବୁକିଛି ଲିଭିଯିବ ଶେଷ ନିଶ୍ୱାସରେ ସିନା
ତଥାପି ଆଜି ମୁଁ କଳ୍ପନାର ସାଥି
କଳ୍ପନା ଜାଲରେ ପଡି ହୁଏ ଭ୍ରମମୋତି (୪)

ଯଦି ସତ ଏଇ ପୃଥିବୀଟା ସତ ଏଠି ଦିନ ରାତି
ଯଦି ସତ ଏଠି ଆକାଶଟା ସତ ଏଠି ଖରାଦିନର ତାତି
ଚାଲୁଥିବି ବାଟ ଏକା ଏକା ନପଡ଼ିବି ମୁଁ କେବେ ଥକି
ତଥାପି ଆନ୍ଦୋଳିତ କରେ ଏଇ ତରଙ୍ଗିତ ମନ
ଖୋଜେ ଏକ ସ୍ୱଚ୍ଛ ହୃଦୟ
ଯେଉଁଠି ନଥିବ କିଛି ପ୍ରତାରଣା
ନଥିବ ଅହଂକାର ଆଉ ହରିବାର ଭୟ
ଏ ଜୀବନ ଚଲାପଥେ … (୫)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top