କବିତା

ଏ ଜୀବନ ରାସ୍ତାରେ

Debendra Dhindaa's odia poem E Jeebana Raastare

ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ
ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ ,
କେଜାଣି କାହିଁକି ଅଜଣା ଅବୁଝା ଅତୀତ
ପାଦ ଟାଣି ଧରି ନିଏ ।।

ଏ ଜୀବନ ରାସ୍ତାରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏ ଜୀବନ ରାସ୍ତା ଚାଲୁ ଚାଲୁ ପୁଣି
କେଜାଣି କାହିଁକି ଏମିତି ହୁଏ,
ଚି଼ହ୍ନ| ରାସ୍ତାଟି ବି ସମୟ ଆସିଲେ
ଜାଣି ଜାଣି କଷ୍ଟ ଦିଏ ।। (୧)

ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ
ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ ,
କେଜାଣି କାହିଁକି ଅଜଣା ଅବୁଝା ଅତୀତ
ପାଦ ଟାଣି ଧରି ନିଏ ।। (୨)

ଏ ଜୀବନ ରାସ୍ତା ଚାଲୁ ଚାଲୁ ଯଦି
ସ୍ପର୍ଶ ହୁଏ ଥରେ ବୈଶାଖୀ ର ତାତି,
ତା ନିଆଁ ସ୍ପର୍ଶରେ ପତ୍ର ଝଡା ଦିଏ ଏ ମନ
ଫଗୁ ର ଶୀତଳ ସ୍ପର୍ଶ ବି କରିପାରେନା ତାକୁ ଶାନ୍ତି ।। (୩)

ଏ ଜୀବନ ରାସ୍ତା ବୋଧେ ଯନ୍ତ୍ରଣା ର ରାସ୍ତା
ଆଉ ସାଥେ କେଇ ଟୋପା ଲୁହ,
ଝରୁଥାଏ ନୀତି ଏଇ ଆଖି କୋଣୁ
ଭିଜିଯାଏ ଆଖିପତା ,ଓଠ ଆଉ ହୃଦୟ ।। (୪)

ବଦଳେ ନାହିଁ ସମ୍ପର୍କ ଆପଣାର ସହ
କିନ୍ତୁ ବଦଳି ଯାଆନ୍ତି ଆପଣାର ସମୟ ସହ
ଅନ୍ତ ହେଇଯିବ କେବେ ଏ ଜୀବନ
ସମୟ ର ତାଳ ତାଳ ସହ ।। (୫)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top