କବିତା

ଋତୁରାଜ ବସନ୍ତ

Puspanjali Patel's odia poem Rooturaaj Basanta

ଚୂତ ବୃକ୍ଷ ରାଜି ବଉଳେ ଶୋଭିତ
ଚତୁର୍ଦିଗ ମହକାଇ
ଦୋଳ ଦୋଳିରେ ଶ୍ରୀରାଧା ବଲ୍ଲଭ
ଉଲ୍ଲସିତ ହୁଏ ମହି।

ଋତୁରାଜ ବସନ୍ତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆସିଲା ବସନ୍ତ ପହଲି ଫଗୁଣେ
କୋଇଲିର କୁହୁତାନ
କୋଇଲିର ସ୍ୱର ମନ ମତାଣିଆଁ
ପୁଲକତି ତନୁମନ ।

ଶୁରଭିରେ ଭରା ଏ ଧରଣୀ ରାଣୀ
ଅଳିର ମଧୁଗୁଞ୍ଜନ
ମନୋରମ ଦୃଶ୍ୟ ଆଖିଲାଗି ଯାଏ
ଫେରାଇ ହୁଏନି ମନ ।

ଚୂତ ବୃକ୍ଷ ରାଜି ବଉଳେ ଶୋଭିତ
ଚତୁର୍ଦିଗ ମହକାଇ
ଦୋଳ ଦୋଳିରେ ଶ୍ରୀରାଧା ବଲ୍ଲଭ
ଉଲ୍ଲସିତ ହୁଏ ମହି।

ଦୋଳଯାତ ପାଇଁ ପଲ୍ଲୀ ଉଠେ ଚେଇଁ
ସବୁରି ପରାଣେ ହସ
ସୁନୀଳ ଗଗନେ ରବି ଉଠେ ହସି
ଶାନ୍ତ ସ୍ନିଗ୍ଧ ପରିବେଶ ।

ବସନ୍ତର ରାଜା ପୁଷ୍ପକ ବିମାନେ
ସାରଥୀ ସାଜେ ମଳୟ
ଶୋଭାଶ୍ରୀ ମଣ୍ଡିତ ଋତୁରାଜ ଆଜି
ଭାଙ୍ଗିଲା ଶୀତ ବଳୟ ।

ସବୁରି ପରାଣେ ପ୍ରେମ ପ୍ରୀତି ଭରା
ମଧରୁ ମଧୁ ଲଗନ
ରାଜା ଆଗମନେ ତନୁ ମନ ପ୍ରାଣେ
ହୋଇଯାଏ ଆଜି ଧନ୍ୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top