କବିତା

ଏକ ସନ୍ତାପିତ ମନର ଅବିନାଶୀ ଆକାଂକ୍ଷା

Madhab Chandra Jena's odia poem Eka Santaapit Abinashi Aakaanksha

ଗ୍ରୀଷ୍ମର ପ୍ରଖରତାରେ ଅନୁଭବ କରେ ମୁଁ
ତୁମ ସୁସ୍ମିତ ଶୀତ ଆଉ ବର୍ଷାର ସଙ୍ଗୀତ
ମୋର ଏହି ନାନ୍ଦନିକତାର ସୁକ୍ଷ୍ମ କାରିଗରୀରେ
ତୁମେ ଏକ ଛନ୍ଦମୟ କବିତାରେ ପାଲଟିଯାଅ

ଏକ ସନ୍ତାପିତ ମନର ଅବିନାଶୀ ଆକାଂକ୍ଷା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୁଁ ଏକ ସ୍ୱପ୍ନବିଭୋର ଅଳସି କନ୍ୟା
ତୁମେ ମୋର ଏକମାତ୍ର ମଧୁର ଶାଶ୍ୱତ ଅନୁସନ୍ଧିତ୍ସା
ଗାଏ ପ୍ରେମର ପ୍ରେତ୍ୟେକ ରାଗ ତୁମ ପାଇଁ କେବଳ ତୁମପାଇଁ
ପାରୁନି କହି, ମୁଁ ପାରୁନି କହି ।

ଶୂନ୍ୟତାର ନିଃଶବ୍ଦତା ଭିତରେ ତୁମେ ଏକ ମଧୁର ଛନ୍ଦ
ଯାହାକୁ ଭାବିଦେଲେ ମନ ମୋର ପାଲଟିଯାଏ ଶୀହରିତ କଦମ୍ବବନ
ଯେଉଁଠି ମୋର ସବୁ ପ୍ରୀତି, ଓ ଭଲ ପାଇବା
ଝରିଯାଉଥାଏ ବର୍ଷା ହୋଇ, ସତେକି ଶ୍ରାବଣ ।
ତୁମେ ହିଁ ତ ଏହି ମାଟି କଣ୍ଢେଇର ପ୍ରାଣ
ପାରୁନି କହି ମୁଁ ପାରୁନି କହି ।

ତୁମକୁ ଚାହିଁ ଦେଉଦେଉ ମୁଁ ହଜିଯାଏ ମୋ ପାଖରୁ
ତୁମଠୁ ଦୂରରେ ଥିଲେ ତୁମେ ନିକଟଇ ଆସୁଥାଅ ମୋ ଆତ୍ମା ପାଖକୁ
ତୁମ ସଙ୍ଗେ କଟାଇ ଥିବା ସବୁ ଆୟୁଷ୍ମାନ ମୁହୂର୍ତ୍ତମାନ
ଝରଣାର କୁଳୁକୁଳୁ ଗୀତ ପରି ଓଦା କରିଦିଏ ମୋ ମନକୁ
ତୁମେ ହିଁ ତ ଏହି ଆତ୍ମାର ସିଂହାସନର ଅବିନଶ୍ଵର ଦେବତା
ପାରୁନି କହି ମୁଁ ପାରୁନି କହି ।

ଗ୍ରୀଷ୍ମର ପ୍ରଖରତାରେ ଅନୁଭବ କରେ ମୁଁ
ତୁମ ସୁସ୍ମିତ ଶୀତ ଆଉ ବର୍ଷାର ସଙ୍ଗୀତ
ମୋର ଏହି ନାନ୍ଦନିକତାର ସୁକ୍ଷ୍ମ କାରିଗରୀରେ
ତୁମେ ଏକ ଛନ୍ଦମୟ କବିତାରେ ପାଲଟିଯାଅ
ମୁଁ ଏକ ବାୟାଣୀ ପ୍ରେମିକା ଭଲପାଏ ତୁମକୁ, କେବଳ ତୁମକୁ
ପାରୁନି କହି, ମୁଁ ପାରୁନି କହି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top