ମୋ ଜନ୍ମରୁ ମୁଁ
ପ୍ରେମ କାଙ୍ଗାଳ ଟିଏ
ମୋ ଆତ୍ମାର ଅନ୍ତରୀକ୍ଷ ଯାଏ ଲ
ତମ ସହର ଖୋଜି ଖୋଜି
ସରିଗଲା ସାରା ବୟସ,
ଏବେ ବଞ୍ଚିଛି ଖାଲି ଯାହା
ମୋର ଶେଷ ନିଶ୍ୱାସ ।
ଏଠୁ ଆହୁରି ଅନେକ ଦୂର
ତମର ସେ ପ୍ରୀତି କାରାଗାର ।
ଏ ସମୟ ତୁ ଏବେ
ଧୀରେ ଧୀରେ ଯା
କିମ୍ବା ଏ ମୃତ୍ୟୁ ତୁ
ଏବେ ଧୀରେ ଧୀରେ ଆ ।
ହାଡ କଙ୍କାଳର ଶରୀର
ଟାଣି ଟାଣି ଥକିଗଲା ପରେ
ବୁଝିଲି ମୁଁ ଏବେ
ଭାରି ଶସ୍ତା ମୋର ଏ
ଲମ୍ବା ବୟସ ।