“ହଁ” ଆଉ “ନା”
ସତରେ……..
କେଡେ ନିର୍ବିକାର,
କେଡେ ଗୁରୁଗମ୍ଭୀର,
କେଡେ ଭୟଙ୍କର ଏ ପ୍ରଶ୍ନବାଚୀ ର ଉତ୍ତର…!
“ହଁ” ଆଉ “ନା”…
ଜୀବନ ର ପ୍ରତି ଟି ମୂହୂର୍ତ୍ତ ବଦଳିଯାଏ
“ହଁ” ଆଉ “ନା” ର କରାଳ ଛାୟାରେ ,
ପ୍ରତି ଟି ଅବଶୋଷ ଲୀନ ହୋଇଯାଏ
“ହଁ” –“ନା” ର ବିରାଟ କାୟାରେ…
ସତରେ ….
କେଡେ ନିରୁଦବେଗ ଏ ଆଶା,
କେଡେ ଉଦାର ଏ ଅଭିଲିପ୍ସା ,
କେଡେ ନିଷ୍ଠୁର ଏ ଆକାଂକ୍ଷିତ ହୃଦୟ ର
ଅଦୃଶ୍ୟ ପରିଭାଷା…!!
ସେଇ ଦୁଇ ପଦ “ହଁ” ଆଉ “ନା”…
