ଯଦି ଋତୁ ବଦଳିଲା ପରି
ଜୀବନଟା ବଦଳୁଥାନ୍ତା
ତେବେ ବୋଧେ କଷ୍ଟର ଅନୁଭୂତି
ଟିକେ କମି ଯାଆନ୍ତା ।
ଯଦି ଶ୍ରାବଣର ବର୍ଷା
ଦୁଃଖ ସବୁକୁ ଧୋଇ ଦିଅନ୍ତା
ତେବେ ବୋଧେ ମଣିଷକୁ
ଶାନ୍ତିରେ ନିଦଟେ ହୁଅନ୍ତା ।
ଯଦି ବସନ୍ତରେ ପତ୍ର ଝଡିଲା ପରି
ମଣିଷର ବୟସ ନ ଝଡ଼ନ୍ତା
ତେବେ ବୋଧେ ଜିଇଁ ରହିବାର
ଆଶା ବି ବଢ଼ି ଯାଆନ୍ତା ।
ଯଦି କଳା ମେଘର ମାଳା
ଆକାଶ ଦେହରେ ନ ଥାନ୍ତା
ତେବେ ବୋଧେ ଚେହେରାଟା
ଖିଲିଖିଲି ହସୁଥାନ୍ତା ।