କବିତା

ଚନ୍ଦ୍ରମୁଖୀ ମୋ’ର

Prasanta Kumar Behera's odia poem Chandramukhi Mora

ପଲକ ନପଡୁ
ତମ ହରିଣୀ ନୟନେ
ଚାହାଣି
ମଦନ ଶର

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୁଡ଼ା ବାନ୍ଧ ନାହିଁ
ତମ କୃଷ୍ଣ କେଶ
ଚୁମ୍ବୁଥାଉ
ତମ ଚନ୍ଦ୍ରମୁଖ

ଚୂର୍ଣ କୁନ୍ତଳ ତମ
ହୀରକ କପୋଳ ତଟେ
ବିଞ୍ଚୁ
ରତିରସ ସୁଖ

ପଲକ ନପଡୁ
ତମ ହରିଣୀ ନୟନେ
ଚାହାଣି
ମଦନ ଶର

ମୋ ହୃଦୟ ବିଦ୍ଧ
ସେ ଅପାଙ୍ଗ ଶିଖାରେ
ମୁଁ ପତଙ୍ଗ
ପ୍ରେମ ଅଗ୍ନିର

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top