ଦିଗଦର୍ଶିତା ହୃଦଗାନ ଆଜି
ଉଙ୍କି ମାରି ମାରି କୁହେ ,
କ’ଣ ଏ ଜାଦୁଇ ଦୁନିଆ ନୁହେଁ ?
ଭାବନା ଦୁନିଆ ବର୍ତ୍ତମାନ ମଧ୍ୟେ
ପାର୍ଥକ୍ୟ ଯଦି ରୁହେ,
ସେ ଦୁନିଆ ଚିତ୍ରଣ ସବୁକୁ
ଉଦ୍ଭାବନ ଏ ଯେ କୁହେ ।
ସମୟକୁ ଆମେ ମୁହୂର୍ତ୍ତେ ଜାଣିବା
ଏହା କି ଅଦ୍ଭୁତ ନୁହେଁ ?
ତେବେ କି ପାଇଁ ରଚନାର ସତ୍ୟ
ସାଥେ ତୁଳନା ନ ହୁଏ ?
ରଚନା ଯେ କରେ ଦୁନିଆଟା ସାରା
ଲାଞ୍ଛନା ସେ ଯେ ସହୁଥାଏ,
ରଚନା ନେଲେ ଉଦ୍ଭାବନ ନାମ
ଦୁନିଆ ସାବାସ କୁହେ ।
ସ୍ଥାନରୁ ସ୍ଥାନ ପରିବହନ
ଥିଲା କି ଅବା ରଚନା ନୁହେଁ ?
ଆଜିର ଜୀବନେ ସତ୍ୟ ପଲଟିକି
ଲୋକଙ୍କର ଭାର ବୁହେ ,
ସତ୍ୟ ଓ ରଚନା ମଧ୍ୟେ ପାର୍ଥକ୍ୟ
କେବଳ ମସ୍ତିଷ୍କେ ରୁହେ ,
ଜାଦୁ ହେଉ ଅବା ହେଉ ସତ୍ୟ
ଭିନ୍ନ ଭିନ୍ନ କେବେ ନୁହେଁ ।
ନିଜ ରଚନାକୁ ପ୍ରାଣ ଦେଇ ଯିଏ
ଦୁନିଆର କଷ୍ଟ ସହେ ,
ତାନାମ ପୁଣି ଦୁନିଆ ଦିନେ
ନିଜ ମୁଖରେ ଗାଏ ।