କବିତା

କୃଷ୍ଣ ବାସୁଦେବ

Prafulla Tripathy's odia poem Krushna Baasudeba

ଏମିତି ଭସାଇ ଦେଲ ଶେଷ ବେଳକୁ
ହାତ କାତ ପାଏ ନାହିଁ ଯେଉଁ ଜଳକୁ
କୂଳହରା କରି ମତେ
କି’ ଲାଭ ପାଇବ
ସବୁ ହରି ନେଇ କିବା
ଭାବ କାଟି ଦବ ।।

କୃଷ୍ଣ ବାସୁଦେବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହେ କପଟୀ କୃଷ୍ଣ ବାସୁଦେବ
ବାଧୁଛି ବୋଲି ମନକୁ
ପଚାରେ ଆଜି ତୁମକୁ
ମତେ ଖାଲି ଉତ୍ତର ଦେବ ।।

ଏମିତି ଭସାଇ ଦେଲ ଶେଷ ବେଳକୁ
ହାତ କାତ ପାଏ ନାହିଁ ଯେଉଁ ଜଳକୁ
କୂଳହରା କରି ମତେ
କି’ ଲାଭ ପାଇବ
ସବୁ ହରି ନେଇ କିବା
ଭାବ କାଟି ଦବ ।।

ମନରୁ ଦୂରେଇ ଦେଇ ପର କରିଦେଲ
ହୃଦୟରୁ ଭାବ ଭକ୍ତି ସବୁ ହରି ନେଲ
ଆରାଧନା ଅରଚନା
ମନର ଆବେଗ
ଛନ୍ଦ ମନ୍ଦ କରି କିମ୍ପା
କରିଲ ଅଭାବ ।।

ପୂଜା ଅରଚନା ଦାନ ଧର୍ମ କର୍ମ ମୋର
ଜୀବନର ଅନ୍ତିମରେ ଗଲା ବହୁ ଦୂର
ଜୀବନ ସାରା ଡାକି ମୁଁ
ଏଇ ପରାଭବ
ନରକେ ପକାଇ କିବା
ମତେ ଛାଡ଼ିଦେବ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top