ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମନେପଡ଼େ ଯେବେ,
ସେଇ ଅଭୁଲା ଅତୀତ ।
ପଲକର ପାଚେରୀ ଡେଇଁ,
ଲୁହ ଭିଜାଏ ମୋ ପଣତ ।।
କସ୍ତୁରୀ ମୃଗଟିଏ ପରି,
ମୁଁ ଖୋଜିବୁଲେ ଚାରିଦିଗନ୍ତ ।
ତୁମ ସ୍ମୃତି ଯେବେ,
ହୁଏ ମୋ ଭିତରେ ଜୀବନ୍ତ ।।
ତୁମ ବିନା ଲାଗେ,
ମୂର୍ଚ୍ଛନା ବିହୀନ ମୋ ସଙ୍ଗୀତ ।
କୋଇଲି କି ତୋଳିବ ରାଗ,
ବାସ୍ନାହୀନ ସବୁ ବସନ୍ତ ।।
କଳ୍ପନାକୁ ଆସେ ଯେବେ,
ତୁମ ବିନା ମୋ ଭବିଷ୍ୟତ ।
ସକାଳର ମଲାଜହ୍ନ ପରି,
ମୁଁ ପୁଣି ହୋଇଯାଏ ମୃତ ।।

Asish kumar behera
February 8, 2018 at 2:25 am
ଅତି ସୁନ୍ଦର ।