କବିତା

ମନ ମୋହିନୀ ଶେଫାଳି ରାଣୀ

Puspanjali Patel's odia poem Mana Mohini Shephali Rani

ଭାଗ୍ୟବତୀ ତୁମେ ଫୁଟିଲ କି ଭାଗ୍ୟରେ
ହାର ତୁମ ଶୋଭାପାଏ ଶିବଶମ୍ଭୁ ଗଳାରେ ।

ମନ ମୋହିନୀ ଶେଫାଳି ରାଣୀ

ଶେଫାଳି ଗୋ ତୁମେ ବଡ଼ ମାୟାବିନୀ
ପତ୍ର ଗହଳରେ ଫୁଟ ହୋଇ ମନମୋହନୀ ।

କେମିତି ଫୁଟ ଗୋ ତୁମେ ରୁକ୍ଷ ପତ୍ର ଗହଳେ
କୋମଳ ପାଖୁଡ଼ାରେ ତୁମ କଷ୍ଟ ହେବ କାଳେ ।

ଗହନ ରାତିରେ ଫୁଟ ସବୁଜ ପତର ଗହଳେ
ସୁରୂଜ ଉଇଁବା ଆଗରୁ ଲୋଟି ଯାଅ ତଳେ ।

ପାହାନ୍ତ ସକାଳ ହୁଏ ସୁରଭି ରେ ଭରା
ସୂରୁଜ ଉଇଁଲେ ତୁମେ ଦିସଗୋ ହୀରା ।

ଭାଗ୍ୟବତୀ ତୁମେ ଫୁଟିଲ କି ଭାଗ୍ୟରେ
ହାର ତୁମ ଶୋଭାପାଏ ଶିବଶମ୍ଭୁ ଗଳାରେ ।

ମାୟା ରେ ପଡିଛି ତୁମ ପ୍ରକୃତି ରାଣୀ
ତା ଦେହସାରା ଘୋଡାଇବ ଧଳା ଓଢଣୀ ।

ଷେଫାଳି ଗୋ ତୁମେ ବଡ଼ ମାୟାବିନୀ
ପ୍ରେମରେ ପଡିଛି ତୁମ ପ୍ରକୁତି ରାଣୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top