କାନ୍ଦୁ ଅଛି ଆଜି ଉତ୍କଳର କୀର୍ତ୍ତି
ଓଡ଼ିଆର କାରିଗରି ।
କାନ୍ଦି କାନ୍ଦି ସେହି କହିଯାଏ ଆଜି
ରକ୍ଷା କର ମୋତେ ଭାଇ ।
ବିଶୁ ମହାରଣା ତିଆରି କରିଲା
ପାଇ ଲାଙ୍ଗୁଳାର ନିର୍ଦ୍ଦେଶ ।
ବାରସହ ବଢେଇ ଠୁଳ କରିଦେଲା
ଦେଖରେ ବିଶୁ ର ସାହାସ
ବାର ବର୍ଷ ଧରି ବାରଶ ବଢେଇ
ଘରଦ୍ୱାର ସବୁ ଛାଡି
ଚନ୍ଦ୍ରଭାଗା କୂଳେ ତିଆରି କରିଲେ
ଗୋଟି ଗୋଟି ପଥର ଯୋଡ଼ି ।
ଧନ୍ୟ ସେ ବଢ଼ାଇ ମୋତେ ଜେ ଗଢିଲେ
ଏତେ ସୂକ୍ଷ୍ମ ତାଙ୍କ କାମ
ସପ୍ତ ଆଶ୍ଚର୍ଯ୍ୟ ଭିତେ ଅନ୍ୟତମ କଲେ
ବଡ଼ ଥିଲା ତାଙ୍କ ପଣ ।
ନିହାଣ ମୁନରେ ଗଢିଲେ ଜେ ମୋତେ
ପାରିଲେନି ମୁଣ୍ଡି ମାରି ।
ଧରମା ପୁଅ ସେ ବାର ବର୍ଷର ଜେ
ମୋ ପାଇଁ ଜୀବନ ଦେଲା ହାରି ।
ବହୁ କଷ୍ଟ କରି ଦୁନିଆ ବୁକ କୁ
ଆଣିଲେ ତୁମ ପୂର୍ବ ପୁରୁଷ
ଏବେ ତୁମେ ଯେ ଆଧୁନିକ ହୋଇଲ
କରି ଦେଲ ମୋତେ କଳୁଷ ।
କିଛି ଅଂଶ ମୋର ଚୂର୍ଣ୍ଣ କରିଥିଲା
ଦରଦୀ କଳା ପାହାଡ଼ ।
ଆଉ କିଛି ଅଂଶ ଭାଙ୍ଗି ରୁଜି ଦେଲ
ଏଡ଼େ ସ୍ୱାର୍ଥପର ମଣିଷ ।
ମୋ ପାଇଁ ଆଜି ବିଶ୍ୱ ଦରବାରରେ
ପରିଚିତ ହେଲ ତୁମେ
ମୋତେ ଭାଙ୍ଗି ଦେଇ କି ଲାଭ ପାଇଲ
କୁହ ହେ ନିର୍ଦ୍ଦୟ ମଣିଷ ।
ମୁଁ କୋଣାର୍କ ଚିତ୍କାର କରୁଛି
ଶୁଣି କି ପରୁନ ତୁମେ
ରକ୍ଷା କର ମୋତେ ରକ୍ଷା କର ମୋତେ
ଏହି କବିତା ରେ ଭଣେ ।