ଶିଖ ହେ କେହି ତ ଧୈର୍ଯ୍ୟ ଏହାଠୁ
ଛାଡ଼ ହେ ଅକାରଣ ହିଂସା ନୀତି ,
କର ଚେଷ୍ଟା ଦେଖିବାକୁ ତା ଦୁଃଖ ଯେତେକ
ଶୁଣ ତା ଜୀବନେ କ’ଣ ଯାଇଛି ଘଟି ?
ଛୋଟ ଝଗଡ଼ାରୁ ବଡ ହିଂସା କାଣ୍ଡ
ଯାଉଛି ଆଜି ମୁହୂର୍ତ୍ତକେ ଘଟି ,
ମୁହୂର୍ତ୍ତକ ପାଇଁ ନଇଁ ଗଲେ ସତେ
ହେବ କି ତାର କ୍ଷୁର୍ଣ୍ଣ ଶକତି ?
ଡ଼ଷ୍ଟବିନ୍ ସିନା ମୂକ ବସ୍ତୁ ଟିଏ
ସହିବା ଛଡ଼ା ନାହିଁ ତା ଗତି ,
ତଥାପି ବିବେକେ ତାର
ସହିଛି ଆମଠୁ ବେଶୀ ଶକତି।
ବିବେକ ତାହାର ସତେ କି ଜୀବନ୍ତ
ମାଗେ ନାହିଁ ସେ କେବେ ମୁକତି ,
ସହିଚାଲେ ଦୁଃଖ ଦୁର୍ଗନ୍ଧ ସବୁକୁ
ଦେଇଥାନ୍ତି ପ୍ରଭୁ ତାକୁ ଶକତି।
ହେଲେ ଏତେ କଷ୍ଟ ସହିବା ପରେ ବି
କ୍ଷୁର୍ଣ୍ଣ ହୋଇନାହିଁ ତାର ଭକତି ,
ନିଜ କର୍ତ୍ତବ୍ୟ କୁ କରି ଭକ୍ତି ସିଏ
କରି ଚାଲିଥାଏ ଧରମ ନୀତି।
ଆମେ କିବା ତା’ଠାରୁ ଅକ୍ଷମ?
ପାରିବା ନାହିଁ ହୋଇ ସେମିତି ,
ସହି ସହି ସିନା ସ୍ଵର୍ଣ୍ଣ ପାଲଟିବା
ସହନ ବିନୁ କିଛି ପାଇବା ନାଇଁ ଟି।
କରିବା ଶିକ୍ଷା ସେହି ଡଷ୍ଟବିନ୍ ଠାରୁ
ଶହେ ଯେ ବାରଣ ନକରି ନୀତି,
ତୁଚ୍ଛା ହିଂସାବାଦ ଛାଡ଼ି ଦେଇ ଆମେ
ବଢ଼ାଇବା ମିଶି ଜାତୀୟ ସଂହତି।