ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଓଡିଶା କରେ ଆଜି ଗରବ
ହେଲେ ହେଉ ପଛେ ଗରିବ
ନ ଥାଉ ପଛେ ଧନ ଦରବ
କାହାକୁ କିଆଁ ସେ ଡରିବ ?
ଓଡିଶା କରେ ଆଜି ଗରବ
ବାର ମାସେ ତେର ପରବ
ଓଡିଶା ଚାହିଁଚି ଅକ୍ଷୟ ତୃତୀୟା
କେବେ ଅନୁକୂଳ କରିବ ।
ଓଡିଶା କରେ ଆଜି ଗରବ
ଜଗନ୍ନାଥ ତାକୁ ସାହାହେବ
ଅଛି ବୋଲି ରତ୍ନ ,ଉଦୟ ,ଲଳିତ
ହୀରା ତ୍ରିଭୁଜ ନା ହେବ
ଓଡିଶା କରେ ଆଜି ଗରବ
ପୁରୀ ଅଟେ ପୁର ସରଗ
ରଥ ଯାତ୍ରାକୁ ଚାହିଛି କାଳିଆ
କେବେସେ ମାଉସୀ ଘର ଜୀବ ।
