ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଶୟନେ ସପନେ ମାଧବ ଶରଣେ
ଭାବି ଭକ୍ତି ପୁଷ୍ପ ସମର୍ପି ପ୍ରଭୁଙ୍କ ଚରଣେ
ପ୍ରଭୁଙ୍କ ବିଗ୍ରହ ପ୍ରାପ୍ତ ହେଲେ ବିଶ୍ଵବସୁ , ରାଜା ଇନ୍ଦ୍ରଦ୍ୟୁମ୍ନ
ଅପୂର୍ବ ଆସ୍ଥା ବିଶ୍ୱାସ ବଳେ ସଫଳ ହେଲା ରାଜାଙ୍କ ସ୍ୱପ୍ନ
ଅତୁଟ ସେବା ଭକ୍ତି ବଳେ ନିର୍ଜୀବ କାଷ୍ଟ ବା ପାଶାଣ
ଆରାଧ୍ୟ ଐଶି ଶକ୍ତିରେ ଜଡ଼ ହେଲା ମହାନ
ଭକ୍ତ ସେବକଙ୍କ ସେବାରେ ଜଡ଼ ମଧ୍ୟେ ପ୍ରଭୁ ପ୍ରକଟ
ଯାହାର ଅଭାବେ ମୂର୍ତ୍ତିଟି କେବଳ ପାଷାଣ ବା କାଠ
ଜଗନ୍ନାଥ ପ୍ରାଣ ସ୍ପନ୍ଦନକୁ ଖୋଜ କାହିଁକି ସେବକ ଭାଇ
କି ଲୋଡ଼ା ଆମର ପରୀକ୍ଷା ନିରୀକ୍ଷା ପାଇଛେ ଯେବେ ଜଗାର ଛାଇ
ପୁନଃ ପ୍ରତିଷ୍ଠା କର ଜଗାର ମହୀମା ଜଣ ମନରେ
ଭୂଲି କେଉଁଥିରେ ଗଢ଼ା ଜଗା କଳେବର ନିଜକୁ ସମର୍ପି ତା ପାଦ ପଦ୍ମରେ
