କବିତା

ପରୀକ୍ଷା

Jachindra Kumar Rout's odia poem Pareekhya

ମହୁ ପିଇବାର ଫିକ୍ ଫିକ୍ ଖୁସି କି
ଲିମ୍ୱ ଚାଖିବାର ତିକ୍ତ ଭ୍ରୁକୁଞ୍ଚନ
ସ୍ୱାଦ ସମଗ୍ରର ଏକକ ଏକାଂକ୍ଷିକା
ପରୀକ୍ଷା, ପରଖି ନେବାର ପରମ ପରିତୃପ୍ତି !

ପରୀକ୍ଷା

କେଉଁଟା ପାହାଚ ନୁହେଁ ?
ନା
କେଉଁଟା ପରୀକ୍ଷାର ସମୟ ନୁହେଁ ?

ମହୁ ପିଇବାର ଫିକ୍ ଫିକ୍ ଖୁସି କି
ଲିମ୍ୱ ଚାଖିବାର ତିକ୍ତ ଭ୍ରୁକୁଞ୍ଚନ
ସ୍ୱାଦ ସମଗ୍ରର ଏକକ ଏକାଂକ୍ଷିକା
ପରୀକ୍ଷା, ପରଖି ନେବାର ପରମ ପରିତୃପ୍ତି !

ସ୍ୱଚ୍ଛ ସ୍ୱୀକାରୋକ୍ତି କି ଦୃଢ଼ ସମର୍ପଣର
ନିଷ୍କପଟ ନିରୋଳା ଭକ୍ତିରେ
ପରୀକ୍ଷା ଛେଦିଦିଏ ତର୍ଜ୍ଜନି
ଗୁରୁଙ୍କ ସଫାଝୁଲା ଭର୍ତ୍ତି ହେଇଯାଏ
ଦକ୍ଷିଣା ରକ୍ତରେ
କଳଙ୍କର ଟିକା ପିନ୍ଧି
ରାସ୍ତାରେ ଚାଲୁଥାନ୍ତି ମର୍ଯ୍ୟାଦାବନ୍ତ ଦ୍ରୋଣାଚାର୍ଯ୍ୟ
ସଜଉଥାଏ ସନାତନ ଶବ୍ଦର
ଶିଷ୍ୟ ସମ୍ୱନ୍ଧ ।

ସରଳ ସମର୍ପଣରେ ତାତ୍ତ୍ୱିକ ସହିଷ୍ଣୁତାରେ
ପରୀକ୍ଷାକୁ ପରଖୁଥାଏ ଦୀପକମାଷ୍ଟ୍ର
ପରମାନନ୍ଦ ପରମେଶ୍ୱର ପ୍ରତିକ୍ଷଣରେ
କେନ୍ଦ୍ରବିନ୍ଦୁରେ ଘୂରୁଥାଏ ପୃଥିବୀ ।

ଚକ୍ରପରି ବୁଲୁଥାଏ ପରୀକ୍ଷା
ପବନରେ ଝୁଲିଥାଏ ଜୀବନ
ପୁନରପି ପରୀ କ୍ଷାଂ
ପୁନରପି ଅପ୍ରାପ୍ତିଂ
ପରୀକ୍ଷା ପୁନରପି
ଜୀବନ ସରିଯାଏ ଅଥଚ
ସରେନାହିଁ ପରୀକ୍ଷା
ମୁଦ୍ରାର ଦୁଇପାର୍ଶ୍ଵରେ
ସବୁବେଳେ ଦିଶୁଥାଏ
କେତେବେଳେ ଜୀବନ ତ
କେତେବେଳେ ପରୀକ୍ଷା !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top