ଏକ ଦୀର୍ଘ ମର୍ମନ୍ତୁଦ ପ୍ରତୀକ୍ଷାର ଅନ୍ତ ପରେ,
ଅର୍ଦ୍ଧ ସୁପ୍ତ, ଅର୍ଦ୍ଧ ଜାଗ୍ରତ ହୃଦୟର ପ୍ରାଙ୍ଗଣରେ,
ତୁମେ ଆସ ଆନନ୍ଦର କ୍ଷୁଦ୍ର କ୍ଷଣ ଟିଏ ପରି ।
ସେଇ ସ୍ୱଳ୍ପ ଅବଧିରେ ମୁଁ ଜିଇଁ ଯାଏ କେତେ ଯେ ବରଷ,
ମନୋରମ ହେଇଉଠେ ମୋ ନିର୍ଜୀବ ଚତୁଃପାର୍ଶ୍ୱ ,
ଚିତ୍ତାକର୍ଷକ ଆତ୍ମତୃପ୍ତି ରେ ଝଲସି ଉଠେ ନୟନର ଉଆସ ।
ଇଚ୍ଛା ହୁଏ, ସେ ମନୋହର ମୁହୂର୍ତ୍ତ କୁ ଆଉ ଟିକେ ପ୍ରସାରିତ କରିବାକୁ ,
ଆହୁରି କିଛି ରୋମାଞ୍ଚକ କଥାବସ୍ତୁ ଗୁଡ଼ିକୁ ସ୍ମୃତିରେ ସଜାଇବାକୁ,
ହେଲେ, ସମୟର ସାୟାହ୍ନ ଯେ ବାଧ୍ୟ କରେ ଫେରି ଯିବାକୁ ।