ଜନନୀ ଗର୍ଭରୁ ଜନମ ହୋଇଣ
ସ୍ଥୁଳ ଶରୀର କୁ ନେଇ…
ଆସିଥିଲି ମୁହିଁ ଏ ଧରା ବକ୍ଷକୁ
ମୋ କଲା କର୍ମ ନେଇ ।
ପ୍ରାରବ୍ଧ କର୍ମର ପାପ-ପୁଣ୍ୟ ଫଳ
ଭୋଗିବାକୁ ଏହି ଜନ୍ମ…
ଅଭିଶପ୍ତ ମୁହିଁ ଜନମ ହୋଇଲି
ବୋହିଣ ଅନ୍ଧ ଜୀବନ ।
ହାଏ ମୋ ଜନନୀ କାହିଁ ମାରିଲାନି
ଜନ୍ମ ଅବସ୍ଥାରେ ସତେ…
ଆଜି ମୁଁ କହୁଛି ନେଇଯାଅ ପ୍ରଭୁ
ଏହି ମୂହୁର୍ତ୍ତରେ ମୋତେ ।
କିସ ତୁମ୍ଭ ଲୀଳା ଆହେ ଚକାଡୋଳା
କାହିଁ କର ହନ୍ତସନ୍ତ…
ଦୁନିଆ ବୁକୁରେ ହୀନ ପ୍ରାଣୀ ମୁହିଁ
ସମାଜ ଠାରୁ ବାଞ୍ଛିତ ।
କିସ ପାଇଁ ଦେଲ ଏମନ୍ତ ଶରୀର
ମାଗିଥିଲି କି ତୁମକୁ…
ଯଦି ଅବା ଦେଲ ଅନ୍ଧ କାହିଁ କଲ
ପଚାରି ଦେଖ ଆତ୍ମାକୁ ।
ଦିନର ଆଲୁଅ ରଜନୀ ଅନ୍ଧାର
ସବୁ ତ ସମାନ ମୋତେ…
ତୁମେ କି ଆସିବ ଲୁହକୁ ପୋଛିବ
ବୋହି ନେବ ତୁମ କାନ୍ଧେ ।
କାନ୍ଧରେ ବସାଇ ଯାତକୁ ଦେଖାଇ
କରାଇ ଶ୍ରୀକ୍ଷେତ୍ର ଦର୍ଶନ…
ପୁଣି ଛାଡିଦେଇ ଚାଲିଯିବ ପ୍ରଭୁ
ଆହେ କୋମଳ ଲୋଚନ ।
ଦେଖିକି ପାରିବି ମୁହିଁ, ନେଇ କି ପାରିବ ତୁମ୍ଭେ
ଦେଖିବାକୁ ତୁମ୍ଭ ଗୁଣ୍ଡିଚା ଯାତ…
ଆଶାର ଯେ ଅନ୍ତ ନାହିଁ, ଆଶାବାଦୀ ଅଟେ ମୁହିଁ
ଶ୍ରୀପାଦେ କରୁଛି ଲୁହରେ ପ୍ରଣାମ ।

Mkp
November 2, 2017 at 10:23 am
????????????
Mkp
November 2, 2017 at 10:18 am
ଅତି ସୁଂଦର
Anshuman Padhy
October 30, 2017 at 1:00 pm
Sir i hertyfully thanks to you, This poetry is creat some tears in my eyes…
And any way i say that one thing – Poetry is come from a highest happiness or deepest sorrow…