ବ୍ୟଙ୍ଗକବିତା

ଖୋଲା କଥା

Manas Ranjan Subudhhi's odia satire khola kathaa

ରାସ୍ତା ବାମ ପଟେ ଚାଲିବା ମନା
ନହେଲେ ମାଡ଼ିବ ବାସି ଅସନା

ଖୋଲା କଥା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଖୋଲାରେ ଲଘୁଶଂକା କରିଲେ ଯଦି
ଆକାଶେ ହୁଅନ୍ତା ଇନ୍ଦ୍ରଧନୁ ସୃଷ୍ଟି
ଆମ ଦେଶ ନଭ ନ’ରହନ୍ତା ଖାଲି
ରାସ୍ତାକଡ଼େ ଛୁଟେ ଏତେ ପିଚକାରି
ଭିଡ଼ଭାଡ଼ ହେଉ ଅବା ଜନ ଶୂନ୍ୟ
ପଥଧାରେ ନିଶ୍ଚେ କେହି ଦୃଶ୍ୟମାନ ।

ରାସ୍ତା ବାମ ପଟେ ଚାଲିବା ମନା
ନହେଲେ ମାଡ଼ିବ ବାସି ଅସନା
ପଥପାର୍ଶ୍ୱ ଆତଙ୍କ ସଞ୍ଜ ସକାଳେ
ଆପତ୍ତିଜନକ ଜନ ଆଖିରେ
ସ୍ୱଚ୍ଛ ଭାରତର ପରିକଳ୍ପନା
ହୁଏକି ବିଛାଇ ଆବରଜନା ?
ଝାଡ଼ୁ ଖଣ୍ଡକର ମହତ ନଜାଣି
ବଇଦ ପାଖରୁ ଫୁରୁସତ ମିଳୁନି ।

ପାନ ଖାଇ ବୁଲେ ରସିକ ପ୍ରବର
ପିକଦାନି ମଣେ ସାରା ବଜାର
ଝୋଟି, ଚିତା, ଚିତ୍ର ଭିନ୍ନ ପ୍ରକାର
ଫୁଟି ଦିଶୁଅଛି କାନ୍ଥ ବାଡ଼ର
*ଅର୍ଦ୍ଧଶତ ପ୍ରତିଶତ ପ୍ରେମର ପ୍ରେମିକ
ନିଜ ନାମ ସାଥେ ଯୋଡ଼େ ନାମ ଅନେକ
କାନ୍ଥରେ, ବୃକ୍ଷରେ ଜାଗା ଅଜାଗାରେ
ତୀର ଚିହ୍ନ ସିନା ହୃଦୟ ବିଦାରେ ।

ଧୂମ୍ରପାନ କଲେ ହୁଏ ଚିନ୍ତା ଦୂର
ଚିନ୍ତା ବଢ଼େ ଯାହା ପାଖ ଲୋକର
ବସିଥିବେ ଧରି ମୁହଁରେ ନିଆଁ
ବାକି ଲୋକ ପଛେ ପିଅନ୍ତୁ ଧୁଆଁ
ଯୁଗ ବଦଳିଲା ଲୋକ ହେଲେ ଆଧୁନିକ
ସମୟ ସାଥିରେ ବଦଳି ଗଲାକି ବୁଦ୍ଧି ବିବେକ
କିଏସେ କହିବ ସମସ୍ତେ ଏଠାରେ ମୂକ
ଆକାଶେ ପଡ଼ିଛି ଇନ୍ଦ୍ରଧନୁ ଦେଖ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top