Robert Southy ଏହି କବିତାରେ ଦର୍ଶାଇଛନ୍ତି ଯେ ଦୁନିଆଁରେ କେତେକ ଲୋକ ଅଛନ୍ତି ଯେ ଅନ୍ୟର ଦୁଃଖ କଷ୍ଟରେ, କ୍ଷତିରେ, ଯନ୍ତ୍ରଣାରେ, ସେମାନେ ସୁଖଶାନ୍ତି ଓ ଆନନ୍ଦ ଅନୁଭବ କରନ୍ତି । ଏ ପ୍ରକାର ସୁଖଶାନ୍ତିକୁ Wick Pleasure କୁହାଯାଏ । ଅନ୍ୟମାନଙ୍କର ପ୍ରଶଂସାରେ ସେମାନେ ଈର୍ଷାନ୍ୱିତ ହୋଇ ସେମାନଙ୍କର କ୍ଷତି ସାଧନ କରନ୍ତି ଓ ଶେଷରେ ସେମାନେ ନିଜର ହିଁ ପତନ କରିଥାନ୍ତି । Wickedness never goes unpunished. ଦୁଷ୍ଟ ସବୁବେଳେ ଦଣ୍ଡ ପାଏ ।
ଏକଦା ସ୍କଟ୍ଲ୍ୟାଣ୍ଡର ପଶ୍ଚିମ ଉପକୂଳ ସମୁଦ୍ର ମଝିରେ Inchcape Rock ନାମକ ଗୋଟିଏ ପାହାଡ଼ ଥିଲା । ନାବିକମାନେ ଜାହାଜରେ ଯିବା ଆସିବା କରିବା ସମୟରେ ପାହାଡ଼ ସହିତ ଜାହାଜ ବାଜି ନଷ୍ଟ ହୋଇ ଯାଉଥିଲା ଓ ନାବିକମାନେ ମରିଯାଉଥିଲେ । Abber brothockeର Abbot ଜଣେ ଦୟାଳୁ ଓ ପରୋପକାରୀ ଲୋକ ନାବିକମାନଙ୍କୁ ଏ ବିପଦରୁ ରକ୍ଷା କରିବା ପାଇଁ Inchcape Rockରେ ଗୋଟିଏ bouy (ଭେଳା) ବାନ୍ଧି ଦେଲେ ଯାହା କି ସବୁବେଳେ ସମୁଦ୍ର ତରଙ୍ଗରେ ଶବ୍ଦ କରି ବାଜୁଥିଲା । ସେ ଶବ୍ଦ ଶୁଣି ନାବିକମାନେ Inchcape Rock ର ଅବସ୍ଥିତି ଜାଣି ପାରୁଥିଲେ ଓ ଅନ୍ୟବାଟ ଦେଇ ଚାଲିଯାଉଥିଲେ । ଏଥିପାଇଁ ସେମାନେ Abbotଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା ମଧ୍ୟ କରୁଥିଲେ । ଏ ପ୍ରଶଂସାରେ Sir Ralph ନାମକ ଜଣେ ଜଳଦସ୍ୟୁ ଈର୍ଷାନ୍ୱିତ ହୋଇ ପଡୁଥିଲା । Abbotଙ୍କ ପ୍ରଶଂସା ସେ ସହ୍ୟ କରିପାରୁନଥିଲେ । ସେ ଚାହୁଁଥିଲା ଲୋକେ କିପରି ତାଙ୍କୁ ଆଉ ପ୍ରଶଂସା ନ କରନ୍ତୁ । ତେଣୁ ସେ ଜାହାଜ ଯୋଗେ Inchcape Rock ନିକଟକୁ ଯାଇ ଛଚ୍ଛମହ ରେ ଲାଗିଥିବା bouy(ଭେଳା)ଟିକୁ କାଟିଦେଲା, ଯାହା ଫଳରେ ସବୁବେଳେ ବାଜୁଥିବା ଭେଳାଟି ଆଉ ଶବ୍ଦ କରିପାରୁ ନଥିଲା ।
ତା’ପରେ Sir Ralph ଜାହାଜ ନେଇ ଆଗକୁ ଚାଲିଗଲା । ଯେତେବେଳେ ସେ ଫେରିଲା, ସେତେବେଳେ Inchcape Rock କେଉଁଠି ଜାଣିପାରୁ ନଥିଲା । ହଠାତ୍ ତା’ର ଜାହାଜଟି Inchcape Rock ରେ ବାଜି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା । Sir Ralph ସମୁଦ୍ର ଅତଳ ଗର୍ଭରେ ଲୀନ ହୋଇ ଯାଉଥିଲା । ମୃତ୍ୟୁ ସମୟକୁ ସେ କୁକର୍ମ ପାଇଁ ନିଜକୁ ଅଭିଶାପ ଦେଉଥିଲେ, ଧିକାର କରୁଥିଲା । ଈର୍ଷା, ରାଗ, ଦ୍ୱେଷର ଫଳ ଯେ ମୃତ୍ୟୁ, ସେ ଅନୁଭବ କରୁଥିଲା । ଶେଷରେ ନିଜର ଭୁଲ୍ ବୁଝିପାରୁଥିଲେ ମଧ୍ୟ ମୃତ୍ୟୁର ଶୀତଳ ସ୍ପର୍ଶ ତାକୁ ଆଲିଙ୍ଗନ କରୁଥିଲା । ତେଣୁ କର୍ମ ଯେପରି ଫଳ ସେପରି, ଯେମିତି ବୁଣିବ ସେମିତି ଅମଳ କରିବ । ପାପ ଅର୍ଜନ କରାଯାଇପାରେ ନାହିଁ ।
As you Sow, So shall you reap.