କବିତା

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ

Anupam Behera's Odia Poem PABITRA UTKALA DIBASA UPALAKSHYE

ରୂପାଜହ୍ନକୁ କରାୟତ କରିବାକୁ ଚେଷ୍ଟା କରି
ବିଶାଳ ମହାକାଶର ଅସଂଖ୍ୟ ନକ୍ଷତ୍ରଙ୍କ ମେଳରେ
ନିଜ ପରିଚୟ ଖୋଜି ବୁଲୁଥିବା
ଅସହାୟ ମହାକାଶଚାରୀଟିଏ
ଉତ୍କଳ ତା’ର ନାଁ ।

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୁବର୍ଣ୍ଣ ଇତିହାସର ଦ୍ୱାହି ଦେଇ
ଭଙ୍ଗୁର ବର୍ତ୍ତମାନର ପଥରେ
ଅନ୍ଧକାରମୟ ଭବିଷ୍ୟତକୁ
ଯାତ୍ରା କରୁଥିବା ପଥିକଟିଏ
ଉତ୍କଳ ତା’ର ନାଁ ।। ୧ ।।

ନିଜ ପୂର୍ବ ଗୌରବ ଗାରିମା ଭୁଲିଯାଇ
ଅନିଶ୍ଚିତତାର ସାଗର ବକ୍ଷରେ
ଢେଉ ସାଥେ ଲଢ଼େଇ କରି ଠିକଣା ଖୋଜୁଥିବା
ଦିଗହରା ନାବିକଟିଏ
ଉତ୍କଳ ତା’ର ନାଁ ।। ୨ ।।

ରୂପାଜହ୍ନକୁ କରାୟତ କରିବାକୁ ଚେଷ୍ଟା କରି
ବିଶାଳ ମହାକାଶର ଅସଂଖ୍ୟ ନକ୍ଷତ୍ରଙ୍କ ମେଳରେ
ନିଜ ପରିଚୟ ଖୋଜି ବୁଲୁଥିବା
ଅସହାୟ ମହାକାଶଚାରୀଟିଏ
ଉତ୍କଳ ତା’ର ନାଁ ।। ୩ ।।

ହାତରେ ଦିଗବାରେଣୀ ଯନ୍ତ୍ର ଥାଇ ସୁଦ୍ଧା
ଅଗନାଅଗନି ବନସ୍ତ ଭିତରେ
ଗନ୍ତବ୍ୟସ୍ଥଳକୁ ରାସ୍ତା ପାଉ ନଥିବା
ପଥହରା ବାଟୋଇଟିଏ
ଉତ୍କଳ ତା’ର ନାଁ ।। ୪ ।।

ଆଳସ୍ୟର ବଶୀଭୂତ ହୋଇ
ଗୋଟିଏ ଗୋଟିଏ ପଇସା ପାଇଁ
ପର ପାଖେ ହାତ ପତାଉଥିବା
ଅମାପ ଦୁର୍ଲଭ ଅସରପିର ମାଲିକ
ଉତ୍କଳ ତା’ର ନାଁ ।।୫ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top