ସମ୍ପାଦକୀୟ

୯୯ ବର୍ଷ ଠିକାରେ ଭାରତ

Jyotsna's Editorial Article for July Aneshwata Barsha Thikaare Bhaarata
୯୯ ବର୍ଷ ଠିକାରେ ଭାରତ

“ଯେବେ ୧୫ ଅଗଷ୍ଟ ୧୯୪୭ ଆସିଲା ତେବେ ଏକ ବୁଝାମଣା ହେଲା ପଣ୍ଡିତ ନେହେରୁ ଓ ମାଉଣ୍ଟ୍‌ବେଟେନ୍‌ଙ୍କ ମଧ୍ୟରେ । ସେହି ବୁଝାମଣା(ଚୁକ୍ତି)ର ନାଁ “କ୍ଷମତା ହସ୍ତାନ୍ତରର ଚୁକ୍ତି” । ସେହି ଗୋଟିଏ ଚୁକ୍ତି ତଳେ ୧୫୦୦ ଗୋଟି ଛୋଟ ଛୋଟ ବୁଝାମଣା (ସର୍ତ୍ତ) ମଧ୍ୟ ହୋଇଥିଲା । ଏହା କେବଳ ସର୍ତ୍ତାବଳୀ ଅଟେ । ଇଂରେଜ କହିଥିଲା ଆପଣ ଏହା ମାନିବେ ତ ସ୍ୱାଧୀନତା ଦେବୁ, ଏହା ମାନିବେ ତ ସ୍ୱାଧୀନତା ଦେବୁ, ଏହା ମାନିବେ ତ ସ୍ୱାଧୀନତା ଦେବୁ । ଏହି ସ୍ୱାଧୀନତା ଇଂରେଜ ଦ୍ୱାରା ଦିଆଗଲା, ଆମେ ନେଇନାହୁଁ । କାରଣ ସ୍ୱାଧୀନତା ନେଲାବାଲା ବର୍ଗ ୧୯୪୭ ଆସୁ ଆସୁ ଶେଷ ହୋଇଯାଇଥିଲା । ସ୍ୱାଧୀନତା ନେଲାବାଲା ବର୍ଗ ଥିଲା ଉଦ୍ଧାମ ସିଂଙ୍କର, ଭଗତ ସିଂଙ୍କର, ଚନ୍ଦ୍ରଶେଖର ଆଜାଦଙ୍କର, ଆସରଫ୍ ଉଲ୍ଲାଙ୍କର, ତାନ୍ତିଆ ଟୋପେଙ୍କ, ନାନା ସାହେବ ପେଶୱାଙ୍କର । ଏମାନେ ମାନୁଥିଲେ ଯେ ଆମେ ସ୍ୱାଧୀନତା ନେବୁ । ଲଢ଼ିକରି ନେବୁ, ଝଗଡ଼ା କରି ନେବୁ ଓ ଇଂରେଜଙ୍କୁ ମାରିକରି ତଡ଼ିବୁ । ଦୁର୍ଭାଗ୍ୟ ଏ ଦେଶର ଏହା ହେଲା ଯେ ୧୯୪୭ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ କେହି ଜୀବିତ ନଥିଲେ । ଯେଉଁମାନେ ବଞ୍ଚିଥିଲେ ସେମାନେ ଥିଲେ ମଧ୍ୟମ ଶ୍ରେଣୀର ।” (ରାଜୀବ ଦୀକ୍ଷିତ)

ମୋ ମତରେ ମହାତ୍ମା ଗାନ୍ଧୀ ତିଆରି କରିଥିବା ମଧ୍ୟମ ଶ୍ରେଣୀ- ଯେଉଁମାନଙ୍କର ନିଜସ୍ୱ କିଛି ନ ଥିଲା । ଗାନ୍ଧୀ କହିଲେ ସେମାନେ ଆନ୍ଦୋଳନ କରୁଥିଲେ ଓ ଗାନ୍ଧୀ ବାରଣ କଲେ ଚୁପଚାପ୍ ବସି ଯାଉଥିଲେ ।

ନେହେରୁ କିପରି ଠିକାରେ ଭାରତକୁ ଇଂରେଜଠାରୁ ଧରିଥିଲେ ସେହି ବିଷୟରେ ବେଶ୍ ସୁନ୍ଦର ଓ ସରଳ ଭାବରେ ବୁଝାଇ କୁହନ୍ତି ଭାରତମାତାଙ୍କର ଯୋଗ୍ୟତମ ସନ୍ତାନ ସ୍ୱର୍ଗତ ରାଜୀବ ଦୀକ୍ଷିତ :-

“ମୁଁ ଏବେ ଗୋଟିଏ ଘଟଣା ଶୁଣାଉଛି ଇନ୍ଦର୍ କୁମାର ଗୁଜରାଲ୍ ଏ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଓ ଜାଲିୱାନାୱାଲାବାଗ୍ ହତ୍ୟାକାଣ୍ଡ (୧୯୧୯)ର ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ ଥିଲା ସେ ସମୟରେ । ସେହି ସମୟରେ ରାଣୀ ଭାରତ ସରକାରଙ୍କୁ ଜଣାଇଲେ ଯେ ମୁଁ ଆସିବାକୁ ଚାହୁଁଛି । ସେହି ସମୟରେ ମୁଁ ଏହ୍ଲାବାଦ୍‌ରେ ରହୁଥିଲି । ଇନ୍ଦର୍ କୁମାର ଗୁଜରାଲ୍‌ଙ୍କ ଉପରେ ଚାପ ପକାଇବାକୁ ମୁଁ ଓ ମୋ ସହ ବହୁତ ଲୋକ ଦିଲ୍ଲୀ ଯାଇଥିଲେ କହିବାକୁ ଯେ ଆସିବାକୁ ଦିଅନାହିଁ । ଇଏ ସେହି ଲୋକ ଯିଏ ଜାଲିୱାନାୱାଲା ହତ୍ୟାକାଣ୍ଡ କରାଇଥିଲା । ଏହି ରାଣୀର ଆଦେଶରେ ଗୁଳି ଚାଲିଥିଲା ଓ ଡାୟାର୍ ହଜାର ହଜାର ଲୋକଙ୍କ ଉପରେ ଗୁଳି ଚଳାଇଥିଲା । ଯଦ୍ୱାରା ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ଇନ୍ଦର୍ କୁମାର୍ ଗୁଜରାଲ୍ ଜବାବ୍ ଦେଇଥିଲେ- ମୁଁ ଅଟକାଇ ପାରିବି ନାହିଁ । ସେ ଆସିବେ ଓ ସ୍ୱାଗତ୍ କରିବାକୁ ହିଁ ପଡ଼ିବ । ସେ ଆସିଲେ ପୁରା ଭାରତ ସରକାର ତାଙ୍କ ସ୍ୱାଗତ୍‌ରେ ଲାଗିପଡ଼ିଲା । ସେ ରାଣୀ ଅମୃତସର ଗଲେ ସେଠାରେ ଆମ ଖଣ୍ଡିଆକୁ ଉଖାରି ଥିଲେ ଓ ଖବର କାଗଜରେ ମନ୍ତବ୍ୟ ଦେଲେ ଯେ ମତେ ଲାଗୁନାହିଁ ଯେ ଜାଲିୱାନାୱାଲାବାଗ୍‌ରେ କିଛି ଭୁଲ୍ ହେଇଥିଲା ? ଯେବେ କିଏ ରାଜା ହୁଏ ଓ କେହି ପ୍ରଜା ହୁଏ । କେତେଥର ପ୍ରଜାଙ୍କ ଉପରେ ଦଣ୍ଡ ଦେବାକୁ ପଡ଼ିଥାଏ, ତାହା ଆମେ କରିଥିଲୁ । କଥା ସରିଲା । ଆପଣମାନେ ସବୁବେଳେ ଏହାକୁ ମନେ ପକାଇବେ । ଏହା ଆପଣଙ୍କ ସମସ୍ୟା ମୋର ନୁହେଁ । ଏହା ଥିଲା ରାଣୀଙ୍କର ଅମୃତସର ପତ୍ରକାରଙ୍କୁ ଦିଆଯାଇଥିବା ମନ୍ତବ୍ୟ । ଏହା ଖବର କାଗଜରେ ଛପାଯାଇଥିଲା । ଆମମାନଙ୍କୁ ଏତେ ରାଗ ଲାଗିଲା ଯେ ଆମେ କହିଲୁ ଇନ୍ଦର୍ କୁମାର ଗୁଜରାଲ୍‌ଙ୍କ ହଁ କଳା କରିବୁ । ପୋଲିସ୍‌କୁ ଏ ଖବର ଲାଗିଗଲା ଓ ଆମେମାନେ ଆରେଷ୍ଟ୍ ହୋଇଗଲୁ । ନ ହେଲେ ମୁହଁ କଳା କରିବା ପାଇଁ ହିଁ ଯାଇଥିଲୁ ଆମେମାନେ, ଯେ ଏପରି ହାରାମଖୋର୍ ପ୍ରଧାନମନ୍ତ୍ରୀ ଏ ଦେଶରେ ଅଛି । ଇଜ୍ଜତ ଓ ସମ୍ମାନକୁ ବାଜି ଲଗାଇ ଦେଉଛି । ଏବେ ଇନ୍ଦର୍ କୁମାର୍ ଗୁଜରାଲ୍ ଅବସରପ୍ରାପ୍ତ ଆମେ ତାଙ୍କୁ ଦିଲ୍ଲୀରେ କେବେ ବି ଭେଟୁ । ଏବେ ସେ ମତେ କୁହନ୍ତି ଯେ ଆପଣ ବି ପ୍ରଧାନମନ୍ତ୍ରୀ ହେଇଯିବେ ତ ଏହା ହିଁ କରିବେ । ଆପଣ ବି କିଛି କରିପାରିବେ ନାହିଁ । କାରଣ ନିୟମ ଦ୍ୱାରା ଆମେ ବାନ୍ଧି ହେଇଅଛୁ । ଆଇନ୍ ସେହି “ଭାରତ ଠିକାରେ” । ମୁଁ କହେ ଖୋଲା ଖୋଲି କୁହ ଏ ଦେଶରେ । ସେ କୁହନ୍ତି କହି ପାରିବୁ ନାହିଁ । କାହିଁକି କହିପାରିବ ନାହିଁ ? ସେ- ବିଦ୍ରୋହ ହୋଇଯିବ । ବିଦ୍ରୋହ ହେଇଯିବାକୁ ଦିଅ । ୧୮୫୭ରେ ହେଇଥିଲା ଆଉ ଥରେ ହେଇଯିବ । ଅତି କମ୍‌ରେ କ୍ଷୀରକୁ କ୍ଷୀର ପାଣିକୁ ପାଣି ତ ହେଇଯିବ । ଅଧାରେ ତ ଆମେ ଝୁଲି ରହିବୁନି ଆଉ । ସେ କୁହନ୍ତି- ଏତେ ସାହସ କାହା ପାଖରେ ଆଜି ଅଛି ?

ଆମର ଏଠାରେ ଏତେ ଖରାପ ଅଛି, ଏହି ସ୍ତରରେ ଯେ ସୁପ୍ରିମ କୋର୍ଟର କୌଣସି ଜଜ୍‌ , ହାଇକୋର୍ଟର କୌଣସି ଜଜ୍‌ ଏପରି କୌଣସି ଶୁଣାଣି ଦିଅନ୍ତୁ ଯାହାର ଆଇନ୍ ଭାରତରେ ନ ଥିବ ତା’ହେଲେ ସବୁବେଳେ ସେ ଲଣ୍ଡନର ଶୁଣାଣିକୁ ହିଁ ଆଧାର କରି ଦେଇଥାନ୍ତି । ମାନେ ସେ କୋର୍ଟ (ଲଣ୍ଡନ୍ କୋର୍ଟ) ଏହା ଉପରେ ଯେଉଁ ଶୁଣାଣି ଦେଇଥାଏ ତାହାକୁ ମଗାଇ, ତାହା ଆଧାରରେ ଶୁଣାଣି କରାଯାଇଥାଏ । ଏହି କାରଣରୁ କୌଣସି ବି କୋର୍ଟ ରାୟ ଇଂରାଜୀରେ ହିଁ ଦେଇଥାଏ । ଏହା ଗୁଜରାଟ୍‌ରେ ଚାଲିଥାଉ କି କେରଳରେ ଚାଲିଥାଉ । . . . ଯାହା ବ୍ରିଟିଶ୍ ଚାହୁଁଛି ତାହା ଏ ଦେଶରେ ଚାଲୁଅଛି ।

ସ୍ୱାଧୀନତା ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରୁଛୁ, କିନ୍ତୁ ଏପରି କିଛି ସ୍ୱାଧୀନର କାର୍ଯ୍ୟ ଗୋଟିଏ ମଧ୍ୟ କରିପାରିନାହୁଁ । ଇଂରେଜ ଯେଉଁ ଚୁକ୍ତି କରି ଦେଇଗଲା ତାକୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଜଳାଇ ଫୋପାଡ଼ି ପାରିନାହୁଁ । ଆଉ କ’ଣ କରିବୁ ?

୧୯୪୭ ମସିହାରେ ଭାରତ ଛାଡ଼ିଗଲା ଏଥିପାଇଁ ନୁହେଁ ଯେ ତା’ ହୃଦୟରେ ଆମ ପ୍ରତି ସଦ୍ଭାବନା ଥିଲା । ଏଥିପାଇଁ ଛାଡ଼ିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେମାନଙ୍କର ଆର୍ଥିକ ଦୁର୍ବଳତା ଆସିଯାଇଥିଲା । ଭାରତକୁ ନିଜ ସହ ରଖିବା ସେମାନଙ୍କ ପାଇଁ ସମ୍ଭବ ନଥିଲା ।

ଜଣଙ୍କ ପ୍ରଶ୍ନରେ ରାଜୀବ ଦୀକ୍ଷିତ ଉତ୍ତର ଦେଲେ :-

୧୯୪୩ ମସିହାରେ ଆମର ମଧ୍ୟ ଏଠାରେ ଆରମ୍ଭ ହେଇଯାଇଥିଲା ଯେ, ଭାରତ ସ୍ୱାଧୀନ ହେବ ତ କେଉଁ ସର୍ତ୍ତ ଆଧାରରେ ହେବ ? ଭାରତରେ କ’ଣ ରହିବ, କ’ଣ ନ ରହିବ ? ପୁଣି ଏକ ପ୍ରଶ୍ନର ଉତ୍ତରରେ କହିଲେ :-

“ଆମର ୯୯ ବର୍ଷ ପୁରା ହେବ ଓ ତେବେ ଯାଇ କୌଣସି ଫଇସଲା ହେବ ସେ ପର୍ଯ୍ୟନ୍ତ ତ ପର୍ଦ୍ଦା ପଡ଼ିରହିବ । ଭାରତର ନେତା କଥା ହେବାକୁ ଚାହାନ୍ତି ନାହିଁ ଏ ବିଷୟରେ ।”

ଏଠାରେ ଆମେ ଓଡ଼ିଆର ଏକ ପ୍ରଶ୍ନ- ଆମର ଯେଉଁ ନିର୍ବାଚନ ହୁଏ ତା’ହେଲେ ତାହାର କିଛି ଅର୍ଥ ନାହିଁ । ଅଯଥାରେ ଏସବୁ ପ୍ରହସନ କାହିଁକି ? ମତଦାନ ଆମେ କରିବୁ, ନେତା ବାଛିବୁ, ଧନ ଆମର ଖର୍ଚ୍ଚ ହେବ, କିନ୍ତୁ ପରିଣାମ କେବଳ ଯନ୍ତ୍ରଣା ଆଉ ଯନ୍ତ୍ରଣା । ଆମେ ହରାଇ ଚାଲିବୁ, ପାଇବାର କିଛି ମଧ୍ୟ ନାହିଁ, କାହିଁକି ନା “ଭାରତ ଠିକାରେ” । ଆମ ପ୍ରଧାନମନ୍ତ୍ରୀ ଆମର ହିଁ ନୁହଁନ୍ତି । କୌଣସି ପ୍ରଧାନମନ୍ତ୍ରୀ ନିକଟରେ ଏତେ ସାହସ ନାହିଁ ଯେ ସାଧାରଣ ଜନତାଙ୍କ ନିକଟରେ ସତକୁ ଖୋଲି ରଖିଦେବେ । ବୁଝନ୍ତୁ କେତେ ଭୟଙ୍କର ଓ ଯନ୍ତ୍ରଣାଦାୟକ ସ୍ଥିତି ଆମର ।

ଭାରତବର୍ଷରେ ଏମିତି ପ୍ରଧାନମନ୍ତ୍ରୀ ଆସୁଥିବେ ଆଉ ଯାଉଥିବେ । ଏମିତି ଆମେ ନିର୍ଲଜଙ୍କ ପରି ଗଣତନ୍ତ୍ର ଦିବସର ପାଳନ କରିଚାଲିଥିବୁ ଓ ଜନ-ଗଣ-ମନ-ଅଧିନାୟକ ଜୟ ହେ. . . ଗାଇ ଇଂରେଜ ଶାସକଙ୍କ ପଦବନ୍ଦନା କରୁଥିବୁ । ଆମ ଭିତରେ ଶୋଇ ରହିଥିବା ସ୍ୱାଭିମାନ ଟିକକ କେବେ ଜାଗି ଉଠିବ ? କେବେ ଆମେ ଏହି ସବୁକୁ ମାନିବାକୁ ପ୍ରସ୍ତୁତ ନୋହୁଁ ବୋଲି ଚିତ୍କାର କରି କହିପାରିବୁ ?

ସବୁ କିଛି ବୁଝିସାରିଲା ପରେ ଆପଣ କ’ଣ ଚାହାଁନ୍ତି ? ଆପଣଙ୍କ ସହ କରାଯାଇଥିବା ଛଳନାପୂର୍ଣ୍ଣ ସ୍ୱାଧୀନତା ଦିବସ ଅଗଷ୍ଟ ୧୫କୁ ଚିରାଚରିତ ଢଙ୍ଗରେ ପାଳନ କରିବାକୁ ନା ପ୍ରତିବାଦ କରିବାକୁ ? ଆପଣଙ୍କ ଭିତରେ ସ୍ୱାଭିମାନ ଟିକକ ଯଦି ଅଛି ଏଥିପାଇଁ ପ୍ରତିବାଦ କରନ୍ତୁ । କହି ଉଠନ୍ତୁ “ବନ୍ଦେ ମାତରମ୍” ଯାହା ଆପଣମାନଙ୍କୁ ପୁଣି ଥରେ ସେହି ବିପ୍ଳବର ଧାରକୁ ବାହିନେବ । ସ୍ୱାଧୀନତା ପାଇଁ ପୁଣି ଏକ ବିପ୍ଳବ ନିହାତି ଦରକାର ।

“ଜୟ ହିନ୍ଦ୍ !”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top