ଗଳ୍ପ

ପାଷାଣର ପ୍ରତୀକ୍ଷା

Kalindicharana Panigrahi's Odia Story PASHAANARA PRATIKHYA

ନଅ ବର୍ଷ ବୟସରୁ ସେ ନିଜେ ନିଜକୁ ଏତେଦୂର ପର୍ଯ୍ୟନ୍ତ ଠେଲି ଆଣିଅଛି । ତାରି ଯାହା କିଛି ପୈତୃକ ସମ୍ପତ୍ତି ଥିଲା ଯେ, ଏଣିକି ତା’ର ଜୀବନଟାକୁ ଏକାବେଳେକେ ନୂଆ କରି ଆରମ୍ଭ କରିବାକୁ ହେବ ।

ପାଷାଣର ପ୍ରତୀକ୍ଷା

ତା’ର ଦେହରେ ଥିଲା ଯଥେଷ୍ଟ ବଳ ଓ ହୃଦୟରେ ଥିଲା ଅପରିସୀମ ଧୈର୍ଯ୍ୟ ଓ ବିଶ୍ୱାସ । ଧନସମ୍ପତ୍ତି ଓ ଅନ୍ୟ କୌଣସି ସମ୍ୱଳ ନ ଥିଲେ ମଧ୍ୟ ଏତିକି ଯାହାର ଅଛି, ତାକୁ ଜୀବନରେ ଦୁଃଖ ପାଇବାକୁ ହୁଏ ନାହିଁ । ସୁତରାଂ, ନିରୁପମ ଯେତେବେଳେ ଆଇ.ଏ. ଶ୍ରେଣୀରେ ଚାରିବର୍ଷର ଅଭିଜ୍ଞତା ଘେନି ପରୀକ୍ଷା ପାସ୍ ହେବାର କେବଳ ନାନା ଉପାୟ ଉଦ୍ଭାବନ କରି ଫେଲ୍ କରିବାର କାରଣ ବନ୍ଧୁମାନଙ୍କୁ ଜଣାଇ ପୂର୍ବରୁ ସତର୍କ କରିଦେଇ, ନିଜ ପାଇଁ ବିଦାୟ ସଭା କରାଇ ପରୀକ୍ଷାରେ ସେଣ୍ଟଅପ୍ ନ ହୋଇଥିବା ଆନନ୍ଦରେ ବନ୍ଧୁମାନଙ୍କୁ ଭୋଜି ଦେଇ ଗୃହକୁ ଫେରିଲା, ସେଥିରେ ତା’ର ହିତାନ୍ୱେଷୀ କେହି ଚିନ୍ତିତ ହୋଇନଥିଲେ । କାରଣ ଖବରକାଗଜ ଓ ଲାଇଫ୍ ଇନ୍ସିଓରାନ୍ସ କମ୍ପାନୀର ଏଜେଣ୍ଟ୍ ହେବାଠାରୁ ଆରମ୍ଭ କରି କ୍ରସ୍ ୱାଡ୍ ପଜଲ ସମାଧାନ ଓ ଭୁଜବିଦ୍ୟା ଦେଖାଇବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ହସ୍ତକ୍ଷେପ ସେଥିରୁ ଉପାର୍ଜିତ ଧନକୁ ଯୁଯୁତ୍ସୁ ଓ ଲାଠିଖେଳ ଶିକ୍ଷାରେ ବ୍ୟୟ ଏବଂ କଂଗ୍ରେସ କମିଟିଠାରୁ ଆରମ୍ଭ କରି କର୍ମକାଣ୍ଡ ବିଧାୟିନୀସଭା ପର୍ଯ୍ୟନ୍ତ ଅନୁଷ୍ଠାନମାନଙ୍କରେ ଚାନ୍ଦା ଦାନ ଓ ଶେଷରେ ଆଇ.ଏ. ପରୀକ୍ଷାରେ ଫେଲ୍ କରି ଫେରି ଆସିବାରେ ତା’ ପକ୍ଷରେ ବିଚିତ୍ର କିଛି ନ ଥିଲା ।

ଗୃହକୁ ଫେରିବା ପଥରେ ଅବଶ୍ୟ ଏତକ ସେ ଭୁଲି ନ ଥିଲା ଯେ, ଏଣିକି ତା’ର ଜୀବନଟାକୁ ଏକାବେଳକେ ନୂଆ କରି ଆରମ୍ଭ କରିବାକୁ ହେବ । ଘର ତା’ର କାହିଁ ? ତା’ର ପିତାମାତା ଆତ୍ମୀୟସ୍ୱଜନ କେହି ନଥିଲେ । ନଅ ବର୍ଷ ବୟସରୁ ସେ ନିଜେ ନିଜକୁ ଏତେଦୂର ପର୍ଯ୍ୟନ୍ତ ଠେଲି ଆଣିଅଛି । ତାରି ଯାହା କିଛି ପୈତୃକ ସମ୍ପତ୍ତି ଥିଲା ଯେ, ଏଣିକି ତା’ର ଜୀବନଟାକୁ ଏକାବେଳେକେ ନୂଆ କରି ଆରମ୍ଭ କରିବାକୁ ହେବ । ଘର କାହିଁ ? ତା’ର ପିତାମାତା ଆତ୍ମୀୟ ସ୍ୱଜନ କେହି ନଥିଲେ । ନଅ ବର୍ଷ ବୟସରୁ ସେ ନିଜେ ନିଜକୁ ଏତେ ଦୂର ପର୍ଯ୍ୟନ୍ତ ଠେଲି ଆଣିଅଛି । ତାରି ଯାହା କିଛି ପୈତୃକ ସମ୍ପତ୍ତି ଥିଲା, ସମସ୍ତ ବିକ୍ରୟ କରି ଦୂରସମ୍ପର୍କୀୟ ଜଣେ ଆତ୍ମୀୟଙ୍କ ନିକଟରେ ବିକ୍ରୟଲବ୍‌ଧ ଅର୍ଥ ଗଚ୍ଛିତ ରଖି ଆସ୍ତେ ଆସ୍ତେ ସମସ୍ତ ନିଜର ଶିକ୍ଷାରେ ବ୍ୟୟ କରିଅଛି ।

ବର୍ତ୍ତମାନ ତାକୁ ନିଜର ଗୋଟାଏ ପନ୍ଥା ଉଦ୍ଭାବନ କରିନେବାକୁ ହେବ । ସେ ଯେପରି ଯୋଗାଡ଼ି ପିଲା, ଟଙ୍କା ପଚିଶ ତରିଶଟାରେ ଚାକିରି ଖଣ୍ଡେ ତାକୁ ସହଜରେ ମିଳି ପାରିଥାନ୍ତା, କିନ୍ତୁ ଚାକିରି ତା’ର ଉଦ୍ଦେଶ୍ୟ ନୁହେଁ, ତା’ର ଶକ୍ତି ସାମର୍ଥ୍ୟ ପ୍ରୟୋଗ କରିବାକୁ ଚାକିରି ପ୍ରଶସ୍ତ କ୍ଷେତ୍ର ନୁହେଁ । ନାନା ଦିଗରେ ନିଜକୁ ବିସ୍ତାର କରି ଜୀବନକୁ ଅନୁଭବ କରିବାକୁ ତା’ର ପ୍ରାଣ ବ୍ୟାକୁଳ । ଚାକିରୀର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଜଡ଼ୀଭୂତ ରହିବାକୁ ତା’ର ଇଚ୍ଛା ହେଲା ନାହିଁ ।

ଅନନ୍ୟୋପାୟ ହୋଇ ସେ ତା’ର ଆତ୍ମୀୟର ଗୃହକୁ ଫେରିଲା । ଆତ୍ମୀୟ ବିଶ୍ୱେଶ୍ୱର ହରିଚନ୍ଦନ ଦୟାନଦୀକୂଳ ମଫସଲ ଗ୍ରାମର ଗୋଟିଏ କ୍ଷୁଦ୍ର ଜମିଦାର । ତାଙ୍କ ଦେହରେ ଉତ୍କଳଦେଶର କ୍ଷତ୍ରିୟ ରକ୍ତ ଅମିଶ୍ର ଭାବରେ ରହୁଥିବାର ସେ ଗର୍ବ କରନ୍ତି । କଥାରେ କଥାରେ ଗଡ଼ଜାତର ରାଜାମାନଙ୍କ ବଂଶଧରଙ୍କ ସହିତ ଦୂର ନିକଟ ସମ୍ୱନ୍ଧ ଥିବାର ପରିଚୟ ପ୍ରଦାନ କରନ୍ତି । ଅଫିମର ମାତ୍ରା ଅଳ୍ପ ହୋଇଗଲେ ଚାକର ପରଜାମାନଙ୍କ ଉପରେ କ୍ରୋଧ ପ୍ରକାଶ କରନ୍ତି, ଗୁମାସ୍ତାମାନଙ୍କ କାର୍ଯ୍ୟର ନିନ୍ଦାବାଦ କରନ୍ତି । ନ ହେଲେ ଦାଣ୍ଡ ଚାନ୍ଦିନୀ ଉପରୁ ଦିନ ମଧ୍ୟରେ ଅତି ଅଳ୍ପ ସମୟ ପାଇଁ ତଳକୁ ଆସନ୍ତି । ଚାକର ଗୁମାସ୍ତାମାନେ ସର୍ବଦା ସାଆନ୍ତଙ୍କର ଅଫିମ ବଟା ପ୍ରତି ସତର୍କ ଥା’ନ୍ତି, ସେ ଯେପରି କୌଣସି ସମୟରେ ଶୂନ୍ୟ ନ ରହେ ।

ଯାହା ହେଉ ନିରୁପମ ଯେତେବେଳେ ବିଶ୍ୱେଶ୍ୱରଙ୍କ ଗୃହକୁ ଫେରିଲା, ସେ ଜାଣିଥିଲା ଯେ, ତା’ର ଜୀବନକୁ ସମ୍ପୂର୍ଣ୍ଣ ନୂତନ କରି ଆରମ୍ଭ କରିବାକୁ ହେବ । କିନ୍ତୁ ଜାଣି ନଥିଲା ଯେ, ବିଶ୍ୱେଶ୍ୱର ତାକୁ ପୁତ୍ରବତ୍ ସ୍ନେହ କରନ୍ତି ଏବଂ ନିଜ ଗୃହରେ ରଖି ସମ୍ପତ୍ତି ପରିଚାଳନାରେ ଭାର ତା’ ହସ୍ତରେ ନ୍ୟସ୍ତ କରିବାକୁ ଇଚ୍ଛା କରନ୍ତି । ତାଙ୍କ ସଂସାରେ ଏକମାତ୍ର ପୁତ୍ର ଏକମାତ୍ର କନ୍ୟାକୁ ସ୍ୱାମୀ ହସ୍ତରେ ଅର୍ପଣ କରି ସ୍ତ୍ରୀ ଇହଧାମ ପରିତ୍ୟାଗ କରିଅଛନ୍ତି । ସ୍ତ୍ରୀଙ୍କ ମୃତ୍ୟୁ ଦିବସଠାରୁ ଅଫିମର ମାତ୍ର ବୃଦ୍ଧି ପାଇ ବର୍ତ୍ତମାନ ଆକାର ଧାରଣ କରିଅଛି । କନ୍ୟାଟି ବିବାହ ଯୋଗ୍ୟା ହୋଇଅଛି । ପୁତ୍ରଟିକୁ ମାତ୍ର ଆଠ ବର୍ଷ ବୟସ ।

ବିଶ୍ୱେଶ୍ୱରଙ୍କ ସ୍ତ୍ରୀ ଶିକ୍ଷିତ ପରିବାରରୁ ଆସିଥିବାରୁ କନ୍ୟାଟିର ଶିକ୍ଷା ବିଷୟରେ ଯତ୍ନ ନେଉଥିଲେ, ଫଳତଃ ସେ ବଙ୍ଗଳା ନଭେଲ୍ ପଢ଼େ, ଚିଠିପତ୍ର ଉପରେ ଇଂରାଜୀ ଠିକଣା ଲେଖେ, ଛୋଟ ଭାଇଟିକୁ ପଢ଼ାଏ, ଖାଇବା ପିଇବାର ଯତ୍ନ ନିଏ, ପିତାଙ୍କର ଅଫିମ ଖରିଦ କଥା ବୁଝେ । ନିରୁପମ ନଜରରେ ବିଶ୍ୱେଶ୍ୱରଙ୍କ ଗୃହାଭ୍ୟନ୍ତରର ଏ ସମସ୍ତ ପଡ଼େ ନାହିଁ । ସେ ଏ ପର୍ଯ୍ୟନ୍ତ ତାଙ୍କ ଗୃହ ସହିତ ଅତି ଅଳ୍ପ ଯୋଗାଯୋଗ ରଖି ଆସିଅଛି । ସ୍କୁଲ୍ କଲେଜ୍ ବନ୍ଦରେ ସେ ପ୍ରାୟ ଆସେ ନାହିଁ, ତା’ର ସଭାସମିତି, ଲାଇଫ୍ ଇନ୍ସିଓରାନ୍ସ, ଭୁଜବିଦ୍ୟା ଆଦିରେ ମାତି ରହେ, ନ ହେଲେ ଟିଉସନ୍ କରି ଭବିଷ୍ୟତ୍ ଖର୍ଚ୍ଚ ପାଇଁ ଟଙ୍କା ଜମା ରଖେ । ଅଳ୍ପ ଯେ କେତେଦିନ ପାଇଁ ଆସେ, ସେଥି ମଧ୍ୟରେ ଗ୍ରାମ ଯୁବକମାନଙ୍କୁ ଘେନି ଖେଳ, କସରତ୍ ଓ ଦୟାନଦୀରେ ସନ୍ତରଣ-ପ୍ରତିଯୋଗିତା ଆଦିରେ ଲାଗି ରହି ଏସବୁ ଦେଖିବାକୁ ତାକୁ ଆଉ ଅବସର ନ ଥାଏ । ତଥାପି ତା’ର ଛାତ୍ର ତେଜକୁ ପ୍ରଶଂସା କରି ବିଶ୍ୱେଶ୍ୱର ଶ୍ରଦ୍ଧା କରନ୍ତି ଏବଂ ତା’ ସୁରୁଚି ଓ ସ୍ପଷ୍ଟବାଦିତାରେ ଆକୃଷ୍ଟ ହୋଇ କନ୍ୟା ହେମମାଳୀ ତାକୁ ଆନ୍ତରିକ ସ୍ନେହ ଓ ଭକ୍ତି କରେ ।

ଯେତେବେଳେ ବିଶ୍ୱେଶ୍ୱର ପ୍ରସ୍ତାବ କଲେ, “ନିରୁ, ଆଉ ଗୁଡ଼ାଏ ଏଣେ ତେଣେ ଧାଇଁ ଫଳ କଅଣ, ଦେଖୁଛୁ ତ ସମ୍ପତ୍ତିଟା ଭୂତ ଖାଇ ଯାଉଛନ୍ତି, ତୁ ହେଲେ ବୁଝାସୁଝା କଲେ-” ନିରୁପମକୁ ଏତେ ସହଜରେ ତା’ର ଜୀବନର ସମସ୍ୟାଟା ସମାଧାନ ହୋଇଯିବା ଭଲ ଲାଗିଲା ନାହିଁ । ସେ ହଁ ନାହିଁ କିଛି କହି ନ ପାରି ନୀରବ ରହିଲା ।

ବିଶ୍ୱେଶ୍ୱର ପୁଣି ପଚାରିଲେ, “କିରେ, କିଛି ତ କହୁ ନାହୁଁ, ତୋର ଇଚ୍ଛା କ’ଣ ?” ନିରୁପମ ଆସ୍ତେ ଆସ୍ତେ କହିଲା, “ମୁଁ ତ ଜମିଦାର ସିରସ୍ତା କରିଛି ବୁଝି ନାହିଁ । ଏତେଗୁଡ଼ାଏ ବିଷୟ ଏକାବେଳେ-” ବିଶ୍ୱେଶ୍ୱର ଅଭିଭାବକର ହାସ୍ୟ ହସି କହିଲେ, “ଆରେ ନାହିଁ ନାହିଁ, ଆସ୍ତେ ଆସ୍ତେ ସବୁ ବୁଝ, ମଣ- କିଏ ତତେ କହୁଛି ଏକାବେଳକେ ସବୁ ଭାର ମୁଣ୍ଡାଇବାକୁ ।”

କିନ୍ତୁ ଏ ଦିଗରେ ନିରୁପମର ଆଗ୍ରହ ବିଶେଷ ଦେଖାଗଲା ନାହିଁ । କୃଷିର ଉନ୍ନତି, ସମବାୟ ସମିତି, ବିଧବା ବିବାହ, ଗ୍ରାମ ସଙ୍ଗଠନ ଆଦି ନାନା ବିଭିନ୍ନ ବିଷୟରେ ଚିନ୍ତା କରିବାକୁ ଲାଗିଲା । ଗ୍ରାମ୍ୟ ଯୁବକମାନଙ୍କୁ ଘେନି ଏକ ଯୁବକସଂଘ ଗଠନ କରି ବସିଲା । ପୁଣି କବିତା ଲେଖିବାର ଦୁର୍ବୁଦ୍ଧି ମଧ୍ୟ ବେଳେ ବେଳେ ତା’ ମୁଣ୍ଡରେ ପଶିଥିବାର ଶୁଣାଯାଏ ଏବଂ ସେଥି ସକାଶେ କେହି କେହି କବିଙ୍କଠାରୁ କବି ଯଶ ଅର୍ଜନ କରିବା କୌଶଳ ଶିଖିବା ପାଇଁ ଥରେ ଦୁଇଥର ତାଙ୍କର ଦ୍ୱାରସ୍ଥ ହୋଇଥିବାର ପ୍ରମାଣ ମିଳେ ।

ଏହିପରି ସେ ନିଜର କର୍ମ ନିଜେ ବାଛିନେଇ ଦିବାନିଶି କାର୍ଯ୍ୟବ୍ୟସ୍ତ ରହିବାକୁ ସୁଖପାଏ । ଉପରୁ କୌଣସି ଚାପ ବହିବାକୁ ତା’ର ଆଦୌ ଆଗ୍ରହ ନାହିଁ । ସୁତରାଂ, ବିଶ୍ୱେଶ୍ୱରଙ୍କ ଜମିଦାରୀ ପୂର୍ବ ରୀତିରେ ଚାଲିଲା, ସେଥିରେ କେଉଁଠି କିଛି ପରିବର୍ତ୍ତନ ବା ଚାଞ୍ଚଲ୍ୟ ଲକ୍ଷିତ ହେଲା ନାହିଁ । ତଥାପି ବିଶ୍ୱେଶ୍ୱରଙ୍କର ଘନ ଘନ ଅଫିମ ସେବନରେ କୌଣସି ବାଧା ଘଟିଲା ନାହିଁ । କାରଣ ସମ୍ପତ୍ତି ବିଷୟରେ ତାଙ୍କର କୌଣସି ଆଶଙ୍କା, ଆଗ୍ରହ ନ ଥିଲା । କେବଳ ଦୟାନଦୀ ଆରପାରିର ସୁବର୍ଣ୍ଣପୁର ଗଡ଼ର ସୁଦାମ ନରେନ୍ଦ୍ର ତାଙ୍କର କୌତୂକ ଶତ୍ରୁ । ସେ ଜାତି ହିସାବରେ ବିଶ୍ୱେଶ୍ୱରଙ୍କଠାରୁ ପାଦେ ଅଧେ ଛୋଟ ହେଲେ ହେଁ ତାଙ୍କ ଅପେକ୍ଷା ଅଧିକ ଧନବାନ୍ ବୋଲି ତାଙ୍କୁ ସମ୍ପୂର୍ଣ୍ଣ ଅବହେଳା କରନ୍ତି, ଧନଗର୍ବରେ ବିଶ୍ୱେଶ୍ୱରଙ୍କୁ କରାୟତ୍ତ ରଖିବାକୁ ଚାହାଁନ୍ତି । ଉଭୟଙ୍କର କେତେକ ଇଜ୍‌ମାଇଲ ସମ୍ପତ୍ତି ଉପରେ ପ୍ରଭୃତ୍ଵ କରି ଭୋଗ କରନ୍ତି । ବନ୍ଦୋବସ୍ତରେ ବିଶ୍ୱେଶ୍ୱରଙ୍କର ଅନେକ ସମ୍ପତ୍ତି ନିଜ ନାମରେ ଲେଖାଇ ନେଇଅଛନ୍ତି । ତାଙ୍କଠାରେ ନିଜର ଦାବି, ଅଧିକାର ପ୍ରଦର୍ଶନ କରିବା ବିଶ୍ୱେଶ୍ୱରଙ୍କର ଇଚ୍ଛା, କିନ୍ତୁ ନିଜେ ଏ ସବୁ ଗଣ୍ଡଗୋଳ ପ୍ରତି ଅପାରଗ । ନିରୁପମକୁ ଏହି କର୍ମରେ ଧୂରୀଣ ମନେକରି ସେ ତାହାଠାରେ ଅନେକ ଆଶା ପୋଷଣ କରିଥିଲେ । ଏପରି କି କନ୍ୟା ହେମମାଳୀକୁ ତାହାରି ହାତରେ ଅର୍ପଣ କରି ସ୍ୱୀୟ ସମ୍ପତ୍ତିର ଅର୍ଦ୍ଧେକ ତାକୁ ଦାନ କରିବାକୁ ଇଚ୍ଛା କରିଥିଲେ ।

ନିରୁପମ କିନ୍ତୁ ଏସବୁ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲା । ତଥାପି ସେ ହେମମାଳୀକୁ ଶ୍ରଦ୍ଧା କରେ- ଚତୁର୍ବିଂଶର୍ଷୀୟ ଯୁବକ ଚତୁର୍ଦ୍ଦଶ ବର୍ଷୀୟା ବାଳିକାକୁ ଯେପରି ଶ୍ରଦ୍ଧା କରିପାରେ ସେହିପରି । ହେମମାଳୀ ସୁନ୍ଦରୀ, କିନ୍ତୁ ସେ ସୌନ୍ଦର୍ଯ୍ୟରେ ମୁଗ୍ଧବିହ୍ୱଳ ହେବାକୁ ନିରୁପମ ପାଇଁ କିଛି ନଥିଲା । ନିରୁପମ ତାକୁ ବାଲ୍ୟାବଧି ଦେଖି ଆସିଅଛି, ଅତି ବାସ୍ତବ ଅତ୍ୟନ୍ତ ସତ୍ୟ ରୂପରେ । କଳ୍ପନାର ଆବରଣ ମଧ୍ୟରେ ତାକୁ ମଧୁର ସ୍ୱପ୍ନମୟ କରି ଦେଖିବାର ସେ ଅବସର ପାଇ ନାହିଁ । ଅଳ୍ପ ବୟସରୁ ମାତୃହୀନା ହୋଇ ହେମମାଳୀର ଗୃହପରିଚାଳନାରେ ଅପୂର୍ବ ନିପୁଣତା ଲକ୍ଷ୍ୟ କରି ଏବଂ ବାଳିକା ବୟସରେ ବୟସ୍କା ସୁଲଭ ଗୃହକତ୍ତ୍ରୀର ଭାବ ଭଙ୍ଗୀ ଦେଖି ପ୍ରତିବାସୀ ସ୍ୱଜନମାନଙ୍କ ମୁଖରେ ତାହାର ପ୍ରଶଂସାର ସୀମା ନ ଥିଲା, କିନ୍ତୁ ନବ୍ୟ ଶିକ୍ଷିତ ଯୁବକ ନିରୁପମ ଦୃଷ୍ଟିରେ ଏ ସକଳର ମାଧୁରୀ ଅନୁଭୂତ ହେଉ ନ ଥିଲା । ବରଂ କ୍ଷୁଦ୍ର ବାଳିକା ପକ୍ଷରେ ଏପରି ଗୃହିଣୀପଣ ତାକୁ ଅସ୍ୱାଭାବିକ୍ ବୋଧ ହେଉଥିଲା ।

ହେମମାଳୀ ନିରୁପମକୁ କେବଳ ଶ୍ରଦ୍ଧା କରେ ନାହିଁ- ଭକ୍ତି କରେ, ଏକାବେଳେକେ ଅନ୍ଧଭାବରେ । ତା’ର ଧାରଣା ନିରୂପମା ତାହାଠାରୁ ବହୁ ଊର୍ଦ୍ଧ୍ଵରେ, ଅଲୌକିକ ଶକ୍ତି ତା’ର- ଯେଉଁ ସବୁ କଳ୍ପନା କରିବା ହେମମାଳୀ ପକ୍ଷରେ ଶକ୍ତ, ନିରୁପମ ପକ୍ଷରେ ସେ ସକଳ ଦୈନନ୍ଦିନ କର୍ମ । ନିରୁପମକୁ ନିକଟରେ ଆତ୍ମୀୟ କରି ପାଇବା ଅସାଧ୍ୟ ସାଧନା ପରି ତା’ର ମନେହୁଏ । ସେ ଯେପରି ବହୁ ଊର୍ଦ୍ଧ୍ଵରେ ଆକାଶରେ ଉଡ଼ି ଭୂପୃଷ୍ଠର ପ୍ରକାଣ୍ଡ ପର୍ବତକୁ ତୃଣପରି ଦେଖୁଛି । ହେମମାଳୀ ପୃଥିବୀର କ୍ଷୁଦ୍ର ସାଧାରଣ ଜୀବ ମାତ୍ର, ଏପରି ଅସାଧାରଣ ଚରିତ୍ରକୁ ଆପଣାର କରିବା ତା’ ପକ୍ଷରେ କେବଳ ଦୁଃସାଧ୍ୟ । ତଥାପି ସେ ତା’ର ପିତା ଏବଂ ଛୋଟ ଭାଇଟି ପ୍ରତି ଯେପରି ତା’ର କର୍ତ୍ତବ୍ୟ ବୁଝି ପାରିଥିଲା, ନିରୁପମର ମଧ୍ୟ ସେହିପରି ଖାଇବା, ପିଇବା, ଶୋଇବା ଆଦି କାର୍ଯ୍ୟରେ ଯଥାଶକ୍ତି ସାହାଯ୍ୟ କରିବାରେ କୌଣସି ତ୍ରୁଟି ନ ହେବା ପାଇଁ ସବୁବେଳେ ସଚେଷ୍ଟ ଥିଲା । ଚିନ୍ତା କରିବାର ଅବଶ୍ୟ ତା’ର ସମୟ ଆସି ନ ଥିଲା । କେବଳ ଅନୁଭୂତିଜନିତ ଗୋଟାଏ କର୍ତ୍ତବ୍ୟବୋଧରେ ଚାଳିତ ହୋଇ ସେ ସକଳ କର୍ମ ସମାପନ କରୁଥାଏ ।

ମନୁଷ୍ୟର ଯେପରି ପ୍ରତି ମୁହୂର୍ତ୍ତରେ ନିଃଶ୍ୱାସ ପ୍ରଶ୍ୱାସ ଏବଂ ପ୍ରାତ୍ୟହିକ କ୍ରିୟା ଆଦିର ଆବଶ୍ୟକତା ଚିନ୍ତା କରିବାକୁ ଅବସର ନ ଥାଏ, ନିରୁପମ ସେହିପରି ହେମମାଳୀ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଥିଲା । ନିରୁପମର ପ୍ରତି ଆଦେଶଟିକୁ ହେମମାଳୀ ନିଜ ଜୀବନର ଗୋଟାଏ ଗୋଟାଏ ବଡ଼ ଲାଭ ବୋଲି ଜ୍ଞାନ କଲେ ହେଁ, ଦିନ ମଧ୍ୟରେ ତା’ ଭାଗ୍ୟରେ ଏପରି ଆଦେଶ ଅତି ଅଳ୍ପ ମାତ୍ର ଜୁଟି ପାରୁଥିଲା । ନିରୁପମର ବାହାରେ ସବୁବେଳେ କାର୍ଯ୍ୟ । ଘର ଭିତରେ ରହିବାର ସମୟ ନାହିଁ, ଖାଇସାରି କୁଳୁକୁଞ୍ଚା କରେ ବାହାରେ । ରାତ୍ରିରେ ସେହିପରି ଠିକ୍ ଖାଇବା ସମୟକୁ ହଠାତ୍ ଗୃହ ମଧ୍ୟରେ ପ୍ରବେଶ କରି ଭୋଜନାନ୍ତେ ଶଯ୍ୟାସ୍ଥ ହୁଏ- ଯେପରି ଗୋଟିଏ ନିଃଶ୍ୱାସଯୁକ୍ତ ମୁର୍ଦ୍ଦାର । ପୁଣି ସକାଳୁ ଉଠି ବାହାରେ ନାନାକର୍ମରେ ଲିପ୍ତ ଥାଏ । ମଧ୍ୟେ ମଧ୍ୟେ କେତେବେଳେ ଆବଶ୍ୟକ ହେଲେ, ଗୃହମଧ୍ୟରେ ଝଡ଼ ପରି ପ୍ରବେଶ କରି, “ହେମ, ତେଲ ଟିକିଏ ଦେ ତ”, “ଚାନ୍ଦା ଖାତାଟା ଦେ ତ”, ଏତିକି କହି କାର୍ଯ୍ୟ ସିଦ୍ଧି ପରେ ପୁଣି ଝଡ଼ ପରି ବାହାରିଯାଏ । ଭଲ ପିଲା ବୋଲି ହେମ ପ୍ରତି ଟିକିଏ ସହାସ୍ୟ ପ୍ରଶଂସା ନାହିଁ, ଧନ୍ୟବାଦ୍ ନାହିଁ । ଏ ସବୁ କାର୍ଯ୍ୟ କରିବା ହେମ ପକ୍ଷରେ ଯେପରି ନିତାନ୍ତ ସ୍ୱାଭାବିକ, ନିରର୍ଥକ ।

ନିରୀହା ହେମ କିନ୍ତୁ ଏ ସବୁକୁ ବହୁମୂଲ୍ୟ ବୋଲି ଜ୍ଞାନ କରେ । ଦିନେ ଦିନେ ଏହା ମଧ୍ୟ ଯେବେ ବନ୍ଦ ହୋଇଯାଏ, ମନ ତାହାର ସେ ଦିନ ତମାମ୍ ଭଲ ରହେ ନାହିଁ, କେମିତି କେମିତି ଲାଗେ । ସେଥିପାଇଁ ସେ ଜାଣି ଜାଣି ନିରୁପମର କଲମଟା, ଚାନ୍ଦା ଖାତାଟା, ଡମ୍ୱେଲ ଦି’ଟା, ବନ୍‌ଶୀ ଖଡ଼ାଟା ସ୍ଥାନାନ୍ତରିତ କରି ରଖିଥାଏ ।

ଅକ୍ଳାନ୍ତ କର୍ମମୟ ଜୀବନରେ ଦିନାନ୍ତେ ଏହି ବନ୍‌ଶୀ ଖଡ଼ାଟି ଥିଲା ନିରୁପମର ଆତ୍ମବିନୋଦନର ଉପାୟ । ବନ୍‌ଶୀଟି ଧରି ସେ ଦୟାନଦୀ ତଟସ୍ଥ ପୁନ୍ନାଗ ବନ ଛାୟାରେ ବସେ । ତା’ର ଦକ୍ଷିଣ ପାର୍ଶ୍ଵରେ ସୂର୍ଯ୍ୟ ଦୟାନଦୀର ସ୍ୱଚ୍ଛ ଜଳରେ ରକ୍ତିମ ଆଭା ବିଚ୍ଛୁରିତ କରି ଧୀରେ ଧୀରେ ଅସ୍ତ ଯାଏ, ବାମ ପାର୍ଶ୍ଵରେ ବହୁ ଦୂରରୁ ମତ୍ସ୍ୟାନ୍ୱେଷୀ ଧୀବରର ଶବ୍ଦ ଶୁଣାଯାଏ, ଦୟାନଦୀ ଗର୍ଭରେ ଗ୍ରାମ ବଧୂମାନଙ୍କର ସହଜ ବାକ୍ୟାଳାପ ଓ ଘଟ ପରିପୂରମ ଶବ୍ଦ ଭାସିଯାଏ- ଆକାଶରେ ବଉଦ ଭାସେ, ଚିଲ ଉଡ଼େ । ନିରୁପମ ସପାତ୍ ସପାତ୍ କରି ନଦୀଗର୍ଭରୁ ବନ୍‌ଶୀରେ ମାଛ ଟାଣେ । ଏସବୁରେ ତା’ର ଚିତ୍ତ ଉତ୍ଫୁଲ୍ଲ ହୋଇଉଠିଲେ ମଧ୍ୟ ବନ୍‌ଶୀରୁ ତା’ର ମନୋଯୋଗ ବିଚ୍ୟୁତ ହୁଏ ନାହିଁ ।

ତା’ପରେ

ଲୋକପ୍ରିୟ ଲେଖା

To Top