କବିତା

ବନ୍ଧନ

Prasanta Kumar Nath's odia poem Bandhana

ସତ ତୁ କହଲୋ ମୋବିନା ସାଥିଲୋ
କେମିତି କଟେ ତୋ ଦିନ
ତୋବିନା ସତେଲୋ ଗୋଟାଏ ମୁହୁର୍ତ୍ତ
ବୁଝେନି ମୋହରି ମନ ।

ବନ୍ଧନ

ମୋ ସାଥେ ବାନ୍ଧିଲୁଏମିତି ବନ୍ଧନ
ସାଥୀତୁ କାହିଁକି କହ
ଭୁଲିଯିବି ବୋଲିଯେତେ ମୁଁ ଭାବିଲେ
ଆଖିରେ ନାଚେ ତୋ ମୁହଁ ।

ସତ ତୁ କହଲୋମୋବିନା ସାଥିଲୋ
କେମିତି କଟେ ତୋ ଦିନ
ତୋବିନା ସତେଲୋଗୋଟାଏ ମୁହୁର୍ତ୍ତ
ବୁଝେନି ମୋହରି ମନ ।

ଏକାନ୍ତରେ ବସିକେତେ ବୁଝାଇଛି
ଅବୁଝା ମନକୁ ମୋର
ଗୋଟାଏ ଉତ୍ତରକେବଳ ପାଇଛି
କରି ପାରିବିନି ପର ।

ଜାଣି ନାହିଁ ମୁହିଁଭୁଲିଛୁକି ନାହିଁ
କରିଛୁକି ନାହିଁ ପର
ଭାବୁଛି ମୋପରିଜଳୁଥିବୁ ତୁହି
ଝରୁଥିବ ଲୁହ ତୋର ।

ହୁଏତ ସମ୍ପର୍କତୁଟି ଯାଇ ପାରେ
ହେଲେ ସରିବନି ପ୍ରେମ
ଯେଉଁଠି ଯେମିତିଯାସାଥେ ଥିଲେବି
ନେଉଥିବି ତୋର ନାମ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top