କବିତା

କୃଷକ

Pratik Kumar Behera's Odia Poem Krushaka

ନା ଆଉ କରିବିନି ସେ ଧାନ ମୁଗ
ଆଳୁ ପିଆଜ ଭେଣ୍ଡି ସାଗ ଆଉ ବାଇଗଣ
କଣ ଲାଭ ଏତେ ସବୁ ଥାଇ
ଯଦି ବଞ୍ଚେଇ ପାରିଲିନି ପୁଅଟାର ଜୀବନ

କୃଷକ

କଣ ପାଇଲି ମୁଁ ଏତେ କଷ୍ଟ କରି
ତୋରାଣୀ ଟିକେ ପିଇ
ଦିନ ରାତି ଖଟି ଖଟି

ହାଡ ମାଂସ ସବୁ
ପାଣି କରିଦେଇ
କ’ଣ ପାଇଲି ମୁଁ
ଗୋଟେ କୃଷକ ହୋଇ

ପୁଅଟା  ମୋର ଚାଲିଗଲା
ସେପାରିକୁ ପଇସା ବିନା
ପିଲାଟା ମୋର କାନ୍ଦୁଥିଲା
ଔଷଧ ଟିକକ ବିନା

ନା ଆଉ କରିବିନି ସେ ଧାନ ମୁଗ
ଆଳୁ ପିଆଜ ଭେଣ୍ଡି ସାଗ ଆଉ ବାଇଗଣ
କଣ ଲାଭ ଏତେ ସବୁ ଥାଇ
ଯଦି ବଞ୍ଚେଇ ପାରିଲିନି ପୁଅଟାର ଜୀବନ

ଯାଉଚି ଆଜିଠୁ ମୁଁ
ପଇସା ଗଛ ଲଗେଇବି
ସହରରେ ରିକ୍ସା ଟାଣି
ଖଟିକି ପଇସା କମେଇବି

ସବୁ ଚାଷୀ ଭାଇ ମାନେ ଚାଲ
ଆଜିଠୁ ପଇସା କମାଇବା
ଏଦୁନିଆର ଲୋକମାନଙ୍କୁ
ଖାଦ୍ୟ ବଦଳରେ
ପଇସା ଖୁଆଇବା ……..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top