ଶିବଶକ୍ତି ଶକ୍ତିଶିବ
ଶିବ ହିଁ ସୁନ୍ଦର ,
ଶିବଶକ୍ତି ମିଳନରେ
ସୃଷ୍ଟି ଏ ସୃଷ୍ଟିର ।
ଶିବ ଭକ୍ତ ଶୈବ ପୁଣି
ଶକ୍ତି ଭକ୍ତ ଶାକ୍ତ ,
ତାଙ୍କ ଚରଣରେ ଭକ୍ତ
ହୁଏ ପାପମୁକ୍ତ ।
ଶିବ କ୍ରୋଧ କଲେ
ସୃଷ୍ଟି ହୋଇବ ବିଲୟ ,
ତାଙ୍କ ଚରଣରେ
ସଦା ରଖିଥିବୁ ଲୟ ।
ଶକ୍ତି ସେତ ଅପରୂପା
ସର୍ବଂସହା ଜନନୀ ,
ସେ ରାଗିଲେ ଥରହର
ଦିବସ ରଜନୀ ।
ତାଙ୍କ ଚରଣରେ ମୁଁ
ଅରପି ନିଜକୁ ,
କୋଟି ନମସ୍କାର ଜଣାଉଛି
ଶିବ ଆଉ ଶକ୍ତିଙ୍କୁ ।
