ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମାଟିମାଆ ତୋର ହୁଏରେ ଆତୁର
ଡାକଇ କଲିଜା ଚିରି ,
କାହିଁ ଅଛୁ ଆରେ ଓଡ଼ିଆ ସନ୍ତାନ
ଚାଲିଆସେ ବେଗେ ଫେରି ।।
ମାଆ କୋଳେ ତୋର ପଡ଼ିଛି ଖାଲିରେ
ଛାତିରେ ଛାତିଏ କୋହ,
ଫେରିବା ବାଟ ତୋ ଚାହିଁ ସେ ବସିଛି
ଆଖିରୁ ଝରାଇ ଲୁହ ।।
ରଙ୍କ ରତନ ତୁ ଭିଟା ମାଟି ଛାଡି
ପରଦେଶେ ଅଛୁ ରହି,
ମାଆର ମମତା କେମିତି ଭୁଲିଲୁ
ବିଦେଶୀ ଗୋଲାମୀ ପାଇଁ ।।
କେତେ ସୁର ବୀର ହେଲେ ରେ ଅମର
ରଖିଗଲେ ମାଆ ଟେକ ,
ତୁ’ ସେ ମାଆର ସନ୍ତାନ ହୋଇରେ
ଭୁଲିଗଲୁ ଜାତି ଭେକ ।।
କହଇ ଜାତିରେ ତୋ’ ମାଆ ମାଟିରେ
ସୁନା ଶସ୍ୟ ଫଳେ ପରା,
କାହିଁ ଅଛୁ ବସି ତୁ ନ ଫେରି ଆସି
ମାଆର ଦୁଃଖ ପାଶୋରା ।।
ମାଆ ତୋ ହସିବ ଯଶ ତା’ ଫେରିବ
ଲୋକେ କହିବେ ରେ ଦେଖ!
ଆସିଛି ତା’ପୁଅ ପୋଛି ମାଆ ଲୁହ
ଭୁଲାଇଛି ତା’ର ଦୁଃଖ ।।

Jyotirbidya Bisharada prasanna kumar mahapatro,astrologer,DHARITRI,bhubaneswar,odisha
June 10, 2016 at 7:49 am
thankas to ame odia web site and satyabrata mahapatro for his poem mati maa
Ranjan
June 6, 2016 at 12:26 pm
Outstandingly well written for me like Odia. Thank you so much.
Sushant Mahapatro
June 2, 2016 at 5:26 pm
Excellent!it up..