କବିତା

ତୁମର ସେଇ ସହରରେ

Debendra Dhinda's odia poem tumara sei saharare

ଦେଇଥିଲି ପାଦ ଯେଉଁ ଆଶା ନେଇ
ତୁମ ସେଇ ସହରରେ
ସେ ଆଶା ଆଜି ଆଶାରେ ରହିଲା
ମୋର ଏଇ ମନ ସିନ୍ଧୁକରେ ।।

ତୁମର ସେଇ ସହରରେ

ଜୀବନଟା ନୁହେଁ ଗୋଟେ ଖେଳ
କାହିଁକି ଯେ ତୁମେ ଖେଳିଲ
ଦୁନିଆରେ ମିଛେ ଖାଲି
ଅପଯଶ ମୋତେ ଦେଇଗଲ ।। (୧)

ଦେଇଥିଲି ପାଦ ଯେଉଁ ଆଶା ନେଇ
ତୁମ ସେଇ ସହରରେ
ସେ ଆଶା ଆଜି ଆଶାରେ ରହିଲା
ମୋର ଏଇ ମନ ସିନ୍ଧୁକରେ ।। (୨)

ତୁମ ସହର ର ସେଇ ରଙ୍ଗ ମଞ୍ଚରେ
ରଖିଥିଲି ଯେଉଁ ଦିନ ମୋର ଏଇ କୋମଳ ହୃଦୟ
କ୍ଷମା କରିଥିଲି ତୁମ ସେ ଅତୀତ, ଭାବି ନଥିଲି ମୋ ଭବିଷ୍ୟତ
ବର୍ତ୍ତମାନ କୁ କରି ଆପଣାର ହେଲି ଆଜି ନିରୁପିତ ।। (୩)

ସ୍ମୃତି ଆମ ସେଇ ସୁନ୍ଦର ହାଇଦ୍ରାବାଦୀ ପାର୍କର
ପ୍ରତିଜ୍ଞା ଆମ ସେଇ ସାଇ ମନ୍ଦିରର
ତୁମର ସେଇ ବଡ ସହରରେ ହେଇଗଲା ସବୁ ଲୀନ
ଆଜି ବି ଆନ୍ଦୋଳିତ କରେ ଏଇ ମୋର ମନ ।। (୪)

ତୁମ ସେଇ ସହର ର ରଙ୍ଗ ମଞ୍ଚରେ
ସଜେଇଲ ମୋତେ ଏକ ରାସ୍ତା ଟିଏ
ରୁପ ନେଇ ବଟୋଇର
ସାଜିଲ ଆଜି ବହୁରୁପି ଏଣ୍ଡୁଅ ଟେ ।। (୫)

ଏ ରାସ୍ତାର ଆରମ୍ଭ ଗେଲି ମାମା ମୋର ତୁମ ସେଇ ସହରରୁ
ଅନ୍ତ ହେବ ଇଏ ସେଇଦିନ ତୁମ ବାହାଘର ପରେ
ମୋ ମନର ଏଇ ସାମୁକା ଟିକୁ
ପାରିବତ ଚାପିଦେବ ତୁମ ସେଇ ପାଦରେ ।। (୬)

ତୁମର ସେଇ ସହରରେ…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top