ଜୀବନଟା ନୁହେଁ ଗୋଟେ ଖେଳ
କାହିଁକି ଯେ ତୁମେ ଖେଳିଲ
ଦୁନିଆରେ ମିଛେ ଖାଲି
ଅପଯଶ ମୋତେ ଦେଇଗଲ ।। (୧)
ଦେଇଥିଲି ପାଦ ଯେଉଁ ଆଶା ନେଇ
ତୁମ ସେଇ ସହରରେ
ସେ ଆଶା ଆଜି ଆଶାରେ ରହିଲା
ମୋର ଏଇ ମନ ସିନ୍ଧୁକରେ ।। (୨)
ତୁମ ସହର ର ସେଇ ରଙ୍ଗ ମଞ୍ଚରେ
ରଖିଥିଲି ଯେଉଁ ଦିନ ମୋର ଏଇ କୋମଳ ହୃଦୟ
କ୍ଷମା କରିଥିଲି ତୁମ ସେ ଅତୀତ, ଭାବି ନଥିଲି ମୋ ଭବିଷ୍ୟତ
ବର୍ତ୍ତମାନ କୁ କରି ଆପଣାର ହେଲି ଆଜି ନିରୁପିତ ।। (୩)
ସ୍ମୃତି ଆମ ସେଇ ସୁନ୍ଦର ହାଇଦ୍ରାବାଦୀ ପାର୍କର
ପ୍ରତିଜ୍ଞା ଆମ ସେଇ ସାଇ ମନ୍ଦିରର
ତୁମର ସେଇ ବଡ ସହରରେ ହେଇଗଲା ସବୁ ଲୀନ
ଆଜି ବି ଆନ୍ଦୋଳିତ କରେ ଏଇ ମୋର ମନ ।। (୪)
ତୁମ ସେଇ ସହର ର ରଙ୍ଗ ମଞ୍ଚରେ
ସଜେଇଲ ମୋତେ ଏକ ରାସ୍ତା ଟିଏ
ରୁପ ନେଇ ବଟୋଇର
ସାଜିଲ ଆଜି ବହୁରୁପି ଏଣ୍ଡୁଅ ଟେ ।। (୫)
ଏ ରାସ୍ତାର ଆରମ୍ଭ ଗେଲି ମାମା ମୋର ତୁମ ସେଇ ସହରରୁ
ଅନ୍ତ ହେବ ଇଏ ସେଇଦିନ ତୁମ ବାହାଘର ପରେ
ମୋ ମନର ଏଇ ସାମୁକା ଟିକୁ
ପାରିବତ ଚାପିଦେବ ତୁମ ସେଇ ପାଦରେ ।। (୬)
ତୁମର ସେଇ ସହରରେ…

Pingback: Odia Poem Tumara Sei Saharare by Debendra Dhinda | Oriya Magazine ameodia.com
aravinda ads
June 11, 2016 at 11:56 am
good one…keep it up