ମୁଁ କହୁଛି ଚାଲିଛି ଆଜିକାଲି ଯାହା ଷ୍ଟାଇଲ୍
ଭଲ ଲାଗିବ ଯଦି ଦେବ ଟିକେ ସ୍ମାଇଲ୍ ।
ପ୍ରଥମେ କହୁଛି ମୁଁ ନାରୀଙ୍କ ଷ୍ଟାଇଲ୍ କଥା
ରାଗିବନି ଜମା ଏହା ଅଟେ ଖାଲି କବିତା ।
ଓଟ ଖୁରା ପରି ସେମାନେ ପିନ୍ଧନ୍ତି ଜୋତା
ଚୂଳ ତାଙ୍କ ଦେଖିଲେ ଲାଗେ ସତେକି ଛତା ।
ସେ ଚୂଳ ଉଡୁଥିବ ଏମିତି ହୋଇ ଫରଫର
ସତେକି ଅଭାବ ପଡ଼ିଛି ଆମ ଦେଶେ ତେଲର ।
ସର୍ଟକର୍ଟ ଯୁଗରେ ଏଠି ଚାଲେ ସବୁ ସର୍ଟକର୍ଟ
ଡ୍ରେସ୍ ପିନ୍ଧନ୍ତି ପୁଣି ବନ୍ଧୁ ସିଏ ମିନିସ୍କର୍ଟ ।
ଛାତିକଟା ପେଟକଟା କେତେ କଟା ଡ୍ରେସ୍
ପିନ୍ଧିଲେ କାଳେ ତାଙ୍କୁ ଲାଗେ ଭାରି ଫ୍ରେସ୍ ।
କହିଲି ବୋଲି ମୁଁ ଯେ ନାରୀଙ୍କର ଗୁଣ
ଭାବୁଥିବେ ପୁଅ ବୋଲି କହିଲି ତାଙ୍କ ଖୁଣ ।
ହେଲେ ଭାଇ ମୁଁ ଏତେ ବି ଖରାପ ନୁହେଁ
ଝିଅଙ୍କୁ କହିବି ତୁମେ ହେଉଥିବେ ହାଏ ହାଏ ।
ପୁଅଙ୍କ ଷ୍ଟାଇଲ୍ କଥା ଆଉ କିସ କହିବି
ଯେତେ କହିଲେ କିଛି ରହିଗଲା ଭାବିବି ।
ଚୂଳ ଛାଡ଼ନ୍ତି ସତେକି ତେରେନାମ୍ ହିରୋ
ଝିଅଙ୍କ ପଛେ ଗୋଡ଼ାନ୍ତି ସତେ ଭାଦ୍ରବମାସ କୁକୁର ।
ଜିନ୍ସ ପିନ୍ଧୁଥିବେ ସିଏ ପୁରା ଟାଇଟ୍ ଟାଇଟ୍
ଝିଅଙ୍କୁ ଦେଖି ପୁଣି ମାରୁଥିବେ ସେ ସାଇଟ୍ ।
କଲି ରଖନ୍ତି ବନ୍ଧୁ ସତେ ସିଏ ଏମିତି
ଶିଙ୍ଗ ଦୁଇଟି ତାଙ୍କର ବାହାରିଛି ଯେମିତି ।
ଛକ ବଜାରେ ଯାଉଥିବେ ସେ କଲର ଟେକି
ଷ୍ଟାଇଲ୍ ମାରୁଥିବେ କେତେ ଝିଅଙ୍କୁ ଦେଖି ।
ଝିଅଙ୍କୁ ଦେଖିଲେ ସତେ ଚାନ୍ଦ ମିଳିଯାଏ ହାତେ
କହିଲେ ନିଆଁକୁ ଡେଇଁ ପଡ଼ିବେ ଯେମିତି ସତେ ।
କହିଲି ମୁଁ ଆଜିକାଲିର ଷ୍ଟାଇଲ୍ କଥା
ଏହି କଥାରେ ଏବେ ଟିକିଏ ପୁରାଅ ମଥା ।
ଏହା ତ ଥିଲା ଆଜିକାଲିର ଷ୍ଟାଇଲ୍
ଅନୁରୋଧ ସଭିଁଙ୍କୁ ଦିଅ ଟିକେ ସ୍ମାଇଲ୍ ।