ମୁଁ ଦିନ କାଟେ କେମିତି
ମୋ ରାତି ବିତେ କେମିତି
ତମେ ରହିଛ ଯେଣୁ ଦୂରେ
ବୁଝିବ ସେମିତି ।।
ସାରା ଦିନ ଖଟି ଖଟି ମିଳୁନି ସମୟ
ଅଝଟିଆ ଭାରି ଏଇ ତମ ଗେହ୍ଲା ପୁଅ
ଲେଖେଇ ଦଉନି ଜମା
ଯେତେ ବି କହୁଛି ।।
ଭାବେ ସବୁଦିନ ପୁଅ ଶୋଇଲେ ଲେଖିବି
ହେଲେ ଶୋଇଯାଏ ନିଜେ ଖାଲି ଭାବି ଭାବି
ଉଠିଲା ବେଳକୁ ଦେଖେ
ରାତି ବି ପାହିଛି ।।