କବିତା

ଉଡୁଛି ଆମ ତ୍ରିରଙ୍ଗା

Santanu Kumar Rout's odia poem Uduchhi Aama Trirangaa

ଜନ୍ମିଛନ୍ତି କେତେ ମହାନ ମହାତ୍ମା
ହୋଇଥିଲା କେଡେ ଦଙ୍ଗା
ସବୁ ଦଢ଼ ସହି ଫର ଫର ହୋଇ
ଉଡୁଛି ଆମ ତ୍ରିରଙ୍ଗା….!!!

ଉଡୁଛି ଆମ ତ୍ରିରଙ୍ଗା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନୀଳ ସମୁଦ୍ରର କୋହଲା ପବନେ
ଦୋହଲି ଭାସୁଛି ଡ଼ଙ୍ଗା
ଶାନ୍ତି ବାର୍ତ୍ତା ଦେଇ ଆକାଶ ଗର୍ଭରେ
ଉଡେ ଶାନ୍ତିର ତ୍ରିରଙ୍ଗା…!!

ଜନ୍ମିଛନ୍ତି କେତେ ମହାନ ମହାତ୍ମା
ହୋଇଥିଲା କେଡେ ଦଙ୍ଗା
ସବୁ ଦଢ଼ ସହି ଫର ଫର ହୋଇ
ଉଡୁଛି ଆମ ତ୍ରିରଙ୍ଗା….!!!

କେତେ ଶିରମଣୀ ପାଇକର ପୁଅ
ହୋଇଥିଲେ ଏଠି ଏକ
ନିଜ ଜୀବନକୁ ବଳିଦାନ ଦେଇ
ରଖିଲେ ଦେଶର ଟେକ……!!!!

ଅଭିନୟ ଭରା ଏ ଭବ ସଂସାର
କେହି ଜଣେ ରହି ନାହିଁ
ଦେଶ ପାଇଁ ଯାର ଜୀବନ ଉତ୍ସର୍ଗ
ରହେ ସେ ଅମର ହୋଇ….!!!!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top