କବିତା

ଛୁଇଁବାକୁ ଦେହ ମନ

Tapan Kumar Swain's odia poem Chhuinbaaku Deha Mana

ସ୍ୱାନ,ଶୃଗାଳଠୁ କୀଟ ପତଙ୍ଗ ମୋ
ଛାଇଠୁ ଅନେକ ଦୂରେ
ପ୍ରାଣପ୍ରିୟା ପତ୍ନୀ ଫେରିଚାହୁଁ ନାହିଁ
ଶିକୁଳି କିଳିଛି ଘରେ
ଅଜଣା ରୋଗର ଶିକାର ମୁଁ ଆଜି
କେହି ନାହିଁ ମୋର ଚିହ୍ନା ।।
ପାପ ମୁଁ……………….

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପାପ ମୁଁ କରିନି ମଣିଷ ମାରିନି
ଚୋରି ମୁଁ କରିନି ସୁନା,
ପାପିପଣେ ଆଜି ଗାଆଁ ଦାଣ୍ଡେ ମୋତେ
ଛୁଇଁବାକୁ ଦେହ ମନା ।।

ସ୍ୱାନ,ଶୃଗାଳଠୁ କୀଟ ପତଙ୍ଗ ମୋ
ଛାଇଠୁ ଅନେକ ଦୂରେ
ପ୍ରାଣପ୍ରିୟା ପତ୍ନୀ ଫେରିଚାହୁଁ ନାହିଁ
ଶିକୁଳି କିଳିଛି ଘରେ
ଅଜଣା ରୋଗର ଶିକାର ମୁଁ ଆଜି
କେହି ନାହିଁ ମୋର ଚିହ୍ନା ।।
ପାପ ମୁଁ……………….

ବିନା ଦୋଷେ ଆଜି କାରାବାସ ଭୋଗେ
ଅଛବଠୁ ହୀନ ଅତି,
ମୁଁ କାହାର ବାପା, ମୁଁ କାହାର ପୁଅ
ମୁଁ ନୁହେଁ କାହାର ପତି
ମୋ’ପାଇଁକି ଆଜି ନିଦେ ଶୋଉ ନାହିଁ
କୋଅଟ କଚେରୀ ଥାନା ।।
ପାପ ମୁଁ ………………..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top