କବିତା

ଭାବନା ପକ୍ଷୀର ସୁନେଲି ଡେଣା

Puspanjali Patel's odia poem Bhabanaa Pakshira Suneli Denaa

ଭାବିବା ପାଇଁ କି ତାକୁ ନ ଥାଏ ମନା
ସେ ଭାବନା ପକ୍ଷୀର ସୁନେଲି ଡେଣା
ସ୍ୱର୍ଗ ପାରିଜାତ ସେ ଆଣିବ ତୋଳି
କେତେ ଦୂର ଯିବ ତାକୁ ନ ଥାଏ ଜଣା

ଭାବନା ପକ୍ଷୀର ସୁନେଲି ଡେଣା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏ ମନଟା ଗୋଟେ ଖୋଲା ଆକାଶ
ନାହିଁ ଦିଗ ନାହିଁ ଅନ୍ତ ନାହିଁ ତା ଶେଷ
ତା ରାଇଜ ଛୋଟ ବିଶାଳ ଦେଶ
ବିଶାଳ ଦେଶରେ ଅନେକ ଭାବନା
ଭାବିବା ପାଇଁ କି ତାକୁ ନ ଥାଏ ମନା
ସେ ଭାବନା ପକ୍ଷୀର ସୁନେଲି ଡେଣା
ସ୍ୱର୍ଗ ପାରିଜାତ ସେ ଆଣିବ ତୋଳି
କେତେ ଦୂର ଯିବ ତାକୁ ନ ଥାଏ ଜଣା
ଲଙ୍ଘିବାକୁ ଅଛି ତାକୁ ସତ ସାଗର
ବିଶାଳ ଦେଶରେ କରିବ ଘର
ଘର ହେବ ଦିନେ ତାର ସ୍ବର୍ଣ୍ଣ ମନ୍ଦିର
ମନ୍ଦିର ପଡିବ ରଶ୍ମି ସାତ ସୂରୁଜର
ମନ ସାଥେ ଭାବନା ବସିଲେ ମିତ
ନିଶ୍ଚୟ ମିଳିବ ତାର ଦିଗ ଆଉ ଅନ୍ତ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top